Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଇଡକୋର ସହକାରୀ ମ୍ୟାନେଜର, ୩ ଜିଲ୍ଲାରେ ଚଢ଼ାଉ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡକୋର ସହକାରୀ ମ୍ୟାନେଜରଙ୍କ ଘରେ ଭଜିଲାନ୍ସ ରେଡ୍ କରିଛି । ଇଡକୋର ସହକାରୀ ମ୍ୟାନେଜର (ସିଭିଲ୍) ମନୋଜ କୁମାର ଲେଙ୍କାଙ୍କ ୩ ଜିଲ୍ଲାର ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି । ଭିଜିଲାନ୍ସ ୨ ଜଣ ଡିଏସପିଙ୍କ ନେତୃତ୍ୱରେ ୧୦ ଜଣ ଇନ୍ସପେକ୍ଟର, ୨ ଜଣ ସବ୍ ଇନ୍ସପେକ୍ଟର, ୫ ଜଣ ଏଏସ୍ଆଇ ଏବଂ ଅନ୍ୟ କର୍ମଚାରୀ ରେଡ୍ କରୁଛନ୍ତି ।

ଭୁବନେଶ୍ୱର ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା, ପୁରୀ ଓ କେନ୍ଦ୍ରାପଡ଼ା ଜିଲ୍ଲାର ୭ଟି ସ୍ଥାନରେ ଏକକାଳୀନ ରେଡ୍ କରିଛି ଭିଜିଲାନ୍ସ । ଭୁବନେଶ୍ୱର କୋରଡାକଣ୍ଟାରେ ଗୋଟିଏ ୩ ମହଲା ଘର ଥିବା ବେଳେ ପୁରୀର ଗ୍ରାଣ୍ଡ ଏସିଆନ୍ ଆପାର୍ଟମେଣ୍ଟର ପଞ୍ଚମ ମହଲାରେ ଗୋଟିଏ ଫ୍ଲାଟ ଥିବା ରେଡ୍ ବେଳେ ଜଣାପଡ଼ିଛି ।

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର କେଶପୁର ସ୍ଥିତ ପୈତୃକ ଘର, ପଟ୍ଟାମୁଣ୍ଡାଇର ବେଲତାଳରେ ଥିବା ୩ ମହଲା ଘର, ଭୁବନେଶ୍ୱର ରୂପାଲି ଛକରେ ଥିବା ଇଡକୋ ଅଫିସ୍ ଚ୍ୟାମ୍ବର, ଭୁବନେଶ୍ୱର ଝାରପଡ଼଼ା ନୀଳାଦ୍ରି ନଗରରେ ଥିବା ଘପ ସହ ଉତ୍ତରା ଛକରେ ଖିବା ମାର୍କେଟ୍ କମ୍ପ୍ଲେକ୍ସରେ ଭିଜିଲାନ୍ସ ରେଡ୍ କରିଛି । ଏବେବି ଚଢ଼ାଉ ଜାରି ରହିଥିବାରୁ ସମ୍ପତ୍ତିର ପରିମାଣ ବଢ଼ିପାରେ ।

Leave A Reply

Your email address will not be published.