Latest Odisha News

BREAKING NEWS

ମହିଳା ଏସିଆ କପ କ୍ରିକେଟ: ଶ୍ରୀଲଙ୍କାକୁ ୪୧ ରନରେ ହରାଇଲା ଭାରତ

ସିଲହଟ: ବାଂଲାଦେଶରେ ଚାଲିଥିବା ମହିଳା ଏସିଆ କପ କ୍ରିକେଟରେ ଶନିବାର ଭାରତ ୪୧ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୬ ୱିକେଟ ବିନିମୟରେ ୧୫୦ ରନ ସଂଗ୍ରହ କରିଥିଲା । ଜେମି ରୋଡ୍ରିଗ୍ୟୁସ ୭୬ ରନର ଚମତ୍କାର ଇନିଂସ ଖେଳିଥିଲେ । ଓ.ରଣସିଂଘେ ଶ୍ରୀଲଙ୍କା ପକ୍ଷରୁ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ । ୧୫୧ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କା ୧୮.୨ ଓଭରରେ ୧୦୯ ରନ କରି ଅଲଆଉଟ ହୋଇ ଯାଇଥିଲା । ହାସିନି ପେରିରା ୩୦ ରନ କରିଥିଲେ ।

ଭାରତର ଦାୟଲନ ହେମଲତା ଓ ପୂଜା ବସ୍ତ୍ରକାର ଯଥାକ୍ରମେ ୩ଟି ଓ ୨ଟି ୱିକେଟ ଅକ୍ତିଆର କରିଥିଲେ । ଭାରତୀୟ ବୋଲରଙ୍କ ଉଚିତ ମୁକାବିଲା କରି ନ ପାରି ଶ୍ରୀଲଙ୍କାର ୪ଜଣ ୨ ଅଙ୍କ ଛୁଇଁପାରି ନ ଥିଲେ ।

Leave A Reply

Your email address will not be published.