Latest Odisha News

BREAKING NEWS

ପୁରୀରେ ଆସନ୍ତାକାଲି ଉଦଘାଟିତ ହେବ ମହର୍ଷି ସନ୍ଦିପନୀ ରାଷ୍ଟ୍ରୀୟ ବେଦ ବିଦ୍ୟା ପ୍ରତିଷ୍ଠାନ

ପୁରୀ: ନୂତନ ରାଷ୍ଟ୍ରୀୟ ଶିକ୍ଷାନୀତି ଅନୁଯାୟୀ ପୁରୀରେ ଆସନ୍ତାକାଲି ଉଦଘାଟିତ ହେବ ମହର୍ଷି ସନ୍ଦିପନୀ ରାଷ୍ଟ୍ରୀୟ ବେଦ ବିଦ୍ୟା ପ୍ରତିଷ୍ଠାନ । ଭାରତର ପ୍ରମୁଖ ପାଞ୍ଚଟି ସ୍ଥାନରେ ଏହି ବିଦ୍ୟାଳୟ ପ୍ରତିଷ୍ଠା ହେବାକୁ ଯାଉଥିବା ବେଳେ ପୁରୀରେ ଆସନ୍ତାକାଲି ଏହାକୁ ଉଦଘାଟନ କରିବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ବିଦ୍ୟାଳୟରେ ବେଦ, ବୈଦିକ ଗଣିତ, ସଂସ୍କୃତ, ଯୋଗ ଇତ୍ୟାଦି ଶାସ୍ତ୍ର ଉପରେ ତାଲିମ୍ ଦିଆଯିବ। ସମ୍ପୁର୍ଣ୍ଣ ନିଃଶୁଳ୍କ ଥିବା ଏହି ବେଦ ବିଦ୍ୟାଳୟ ପୁରୀରେ ପ୍ରତିଷ୍ଠା ହେବ ।

ଦେଶର ଚାରିଧାମ ପୁରୀ, ଦ୍ୱାରକା, ବଦ୍ରିନାଥ, ଶୃଙ୍ଗେରୀ ଓ ଉତ୍ତରପୂର୍ବ ରାଜ୍ୟ ଗୁଆହାଟିରେ ରାଷ୍ଟ୍ରୀୟ ଆଦର୍ଶ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବ । ପୁରୀରେ ଶିକ୍ଷାମନ୍ତ୍ରୀ ଏହି ଆଦର୍ଶ ବେଦ ବିଦ୍ୟାଳୟର ଉଦଘାଟନ କେନ୍ଦ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ ସଦାଶିବ ପରିସରରେ କରିବେ । ବେଦ ଅଧ୍ୟୟନ ସହିତ ଏହି ବିଶ୍ଵବିଦ୍ୟାଳୟରେ ବ୍ୟକ୍ତିତ୍ଵ, ଦକ୍ଷତା, ଟେକ୍ନୋଲୋଜି ଓ ବିଜ୍ଞାନ ଉପରେ ତାଲିମ ଦିଆଯିବ ।

ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଦିଆଯିବାକୁ ଥିବା ଏହି ବିଦ୍ୟାଳୟରେ ସମ୍ପୁର୍ଣ୍ଣ ନିଃଶୁଳ୍କ ଭାବେ ଅଧ୍ୟୟନର ସୁଯୋଗ ରହିବ । ପାରମ୍ପରିକ ବେଶଭୂଷା, ପରିଧାନ ଓ ଉଚ୍ଚ ଅନୁଶାସନରେ ରହି ଅଧ୍ୟୟନର ସୁବିଧା କରାଯିବ ।

Leave A Reply

Your email address will not be published.