Latest Odisha News

BREAKING NEWS

ହାଇଦ୍ରାବାଦରେ ଇନଭେଷ୍ଟର୍ସ ମିଟ୍ କରିବ ଓଡ଼ିଶା

ଭୁବନେଶ୍ୱର: ବେଙ୍ଗଳୁରୁ ପରେ ହାଇଦ୍ରାବାଦ । ଓଡ଼ିଶା ସରକାର ଷଷ୍ଠ ଏବଂ ଅନ୍ତିମ ଇନଭେଷ୍ଟର୍ସ ମିଟ୍ ହାଇଦ୍ରାବାଦରେ ଅକ୍ଟୋବର ୧୭ ତାରିଖରେ କରିବାକୁ ଯାଉଥିବା ଜଣାପଡ଼ିଛି । ମେକ୍ ଇନ୍ ଓଡ଼ିଶାର ତୃତୀୟ କନକ୍ଲେଭ୍ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ମଧ୍ୟରେ ରାଜ୍ୟରେ ହେବ ।

ଏହା ପୂର୍ବରୁ ସେପ୍ଟେମ୍ବର ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଙ୍ଗଳୁରୁ ଶିଳ୍ପୋଦ୍ୟୋଗୀଙ୍କୁ ଭେଟି ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଆହ୍ୱାନ ଦେଇଥିଲେ । ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁମ୍ବାଇରେ ମଧ୍ୟ ବିଭିନ୍ନ ଶିଳ୍ପପତିଙ୍କୁ ଭେଟିଥିଲେ । ଅଗଷ୍ଟ ୩୧ରେ ସମାନ ଧରଣର କାର୍ଯ୍ୟକ୍ରମ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.