ନୂଆଦିଲ୍ଲୀ: ପାଖେଇ ଆସୁଛି ଗୁଜରାଟ ନିର୍ବାଚନ । ବିଭିନ୍ନ ଦଳ ଏବେ ଗୁଜରାଟରେ ଡେରା ପକାଇଛନ୍ତି । ତେବେ ଏହାରି ଭିତରେ ଭୋଟରଙ୍କ ମୁଡ୍ କଣ ଅଛି ତାକୁ ନେଇ ସର୍ଭେ କରିଛି ଏବିପି –ସି ଭୋଟର । ସର୍ଭେରେ ଏଥର ମୁସଲିମ ଭୋଟରମାନେ କାହାକୁ ଭୋଟ ଦେବେ ପ୍ରଶ୍ନ କରାଯାଇଥିଲା । ଏହାର ଉତ୍ତରରେ 45 ପ୍ରତିଶତ ଭୋଟର କଂଗ୍ରେସକୁ ପୁଣି ଭୋଟ ଦେବେ ବୋଲି କହିଥିଲେ । ତେବେ ଆଶ୍ଚର୍ଯ୍ୟଜନକ ଭାବେ ବିଜେପିକୁ 23 ପ୍ରତିଶତ ମୁସଲିମ ଭୋଟର ଭୋଟ ଦେବେ ବୋଲି କହିଥିବା ବେଳେ ଆପକୁ 30 ପ୍ରତିଶତ ମୁସଲିମ ଭୋଟର ଭୋଟ ଦେବେ ବୋଲି କହିଛନ୍ତି ।
ସବୁଠୁ ବଡ଼ କଥା ହେଲା କଂଗ୍ରେସ ଏବେ ଗୁଜରାଟରେ ନିର୍ବାଚନ ପ୍ରଚାର କରିବାକୁ ସେତେଟା ଗୁରୁତ୍ବ ଦେଇନାହିଁ । ରାହୁଲ ଗାନ୍ଧୀ କେରଳ, କର୍ଣ୍ଣାଟକରେ ଭାରତ ଯୋଡୋ ଯାତ୍ରାରେ ବ୍ୟସ୍ତ ଅଛନ୍ତି । ବରିଷ୍ଠ ନେତାମାନେ ଭାରତ ଯୋଡୋ ଯାତ୍ରାରେ ସାମିଲ ହେଉଛନ୍ତି । ତେବେ ଗୁଜରାଟରେ କଂଗ୍ରେସ ଭୋଟରମାନେ ପୂର୍ବଭଳି ନିଜର ଭୋଟ କଂଗ୍ରେସକୁ ଦେବାପାଇଁ କହିଛନ୍ତି । ତେବେ ନୂଆ ଭୋଟରମାନେ ଆପକୁ ଢ଼ଳିଥିବା ଜଣାପଡିଛି ।
ଗୁଜରାଟ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୃହ ରାଜ୍ୟ ହୋଇଥିବାରୁ ଏଥର ମୋଦି ମଧ୍ୟ ଗୁଜରାଟକୁ ଅଧିକ ନଜର ଦେଉଛନ୍ତି । ବିଜେପିର ରଣନୀତି ହେଉଛି ଗୁଜରାଟରେ ପୁଣି ସରକାର ଗଠନ କରିବା । ତେବେ ମୁସଲମାନ ଭୋଟରଙ୍କ କହିବା ଅନୁସାରେ 23 ପ୍ରତିଶତ ମୁସଲିମ ଭୋଟର ବିଜେପିକୁ ଭୋଟ ଦେବେ ଯାହା ଫଳରେ ବିଜେପି ଗତଥର ଅପେକ୍ଷା ଅଧିକ ଆସନ ପାଇବ ବୋଲି ଏବିପି ସି ଭୋଟର ସର୍ଭେ ପ୍ରକାଶ କରିଛି । ଅବଶ୍ୟ ସର୍ଭେରେ 3 ପ୍ରତିଶତ ଏପଟ ସେପଟ ହୋଇପାରେ ବୋଲି କୁହାଯାଇଛି । ତେବେ ନିର୍ବାଚନ ପୂର୍ବରୁ ଏହି ଓପିନିୟନ ପୋଲକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚା ଆରମ୍ଭ ହୋଇଯାଇଛି ।
Comments are closed.