ବ୍ରହ୍ମପୁର: ଦୁର୍ଗା ପୂଜାର ମାହୋଲ ଭିତରେ ବ୍ରହ୍ମପୁର ସହରରେ ଘଟିଯାଇଛି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ। ମଦ ପିଇବା ପରେ ଟଙ୍କା ମାଗିବାକୁ ନେଇ ପ୍ରଥମେ ଝଗଡ଼଼ା ଏବଂ ଏହାକୁ ନେଇ ପଥରରେ ଛେଚି ହତ୍ୟା।
ମିଳିଥିବା ସୂଚନା ଅନୁଯାୟୀ, ବଡ଼ବଜାର ଥାନା ଅର୍ନ୍ତଗତ ପ୍ରେମନଗରରେ ଥିବା ମଦ ଦୋକାନରେ ଗୋପାଳ କୃଷ୍ଣ ପାତ୍ର ନାମକ ଜଣେ ୪୭ ବର୍ଷୀୟ ବ୍ୟକ୍ତି ମଙ୍ଗଳବାର ଅପରାହ୍ନ ପ୍ରାୟ ୫ଟା ବେଳେ ମଦ୍ୟପାନ କରୁଥିଲେ। ତାଙ୍କ ପାଖରେ ଜଣେ ୧୬ ବର୍ଷୀୟ ନାବାଳକ ମଧ୍ୟ ମଦ ପିଉଥିଲେ। ହଠାତ୍ ନାବାଳକ ଜଣକ ଗୋପାଳଙ୍କୁ ଟଙ୍କା ମାଗିଥିଲେ। ଗୋପାଳ ଟଙ୍କା ଦେବାକୁ ମନା କରିବା ସହିତ ନାବାଳକଙ୍କୁ ଗାଳି କରିଥିଲେ ଏବଂ ମାଡ଼ ମାରିଥିଲେ। ନାବାଳକ ଜଣକ ସେଠାରୁ ଚାଲିଯାଇ ଦୋକାନ ସମ୍ମୁଖରେ ଅପେକ୍ଷା କରିଥିଲେ। ଗୋପାଳ ମଦ ଦୋକାନରୁ ବାହାରିବା କ୍ଷଣି ପଥରରେ ମୁଣ୍ଡକୁ ବାରମ୍ବାର ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଗୋପାଳଙ୍କୁ ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ନାବାଳକଙ୍କୁ ପୋଲିସ ଗିରଫ କରିଥିଲା। ନାବାଳକଙ୍କ ଘର ଧାନମେରା ସାହିରେ ହୋଇଥିବା ବେଳେ ସେ ପୂର୍ବରୁ ଚୋରି, ଡକାୟତି ଏବଂ ଅନ୍ୟାନ୍ୟ ମାମଲାରେ ମଧ୍ୟ ସଂପୃକ୍ତ ଅଛନ୍ତି।
BREAKING NEWS
- ଡିସେମ୍ବର ୫ରୁ ୧୫; ବିମାନ ବାତିଲ ଉପରେ ମିଳିବ ସମ୍ପୂର୍ଣ୍ଣ ରିଫଣ୍ଡ
- କୋହଲିଙ୍କ ଶତକ ଯୋଗୁ ବୃଦ୍ଧି ହେଲା ଟିକେଟ ବିକ୍ରି
- ରାଜ୍ୟରେ ଖାଲି ପଡିଛି ୧୦୦ ବିଇଓ ପଦବୀ
- Textbooks: ପ୍ରଥମରୁ ଦ୍ୱାଦଶ ଯାଏଁ ପରିବର୍ତ୍ତନ ହେବ ପାଠ୍ୟ ପୁସ୍ତକ…ପିଲା ପଢିବେ ନୂଆ ବହି
- ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ
- ବିମାନ ବାତିଲ ପାଇଁ ହଟହଟା ନବବିବାହିତ; ଭିସିରେ ଯୋଗଦେଲେ…
- ଜାତୀୟ ମୁଦ୍ରାରେ ନେଣଦେଣ କରିବା ଆଡ଼କୁ ଯାଉଛି ଭାରତ-ରୁଷ
- Suspended: ଥାନା ଅଧିକାରୀ ନିଲମ୍ବିତ, ନିକଟରେ ଇନ୍ସପେକ୍ଟରରୁ ଡିଏସପିକୁ ହୋଇଥିଲା ପଦୋନ୍ନତି
- ଶିଶୁକନ୍ୟାକୁ ମାରି ମାଆ ଫେରାର !
- ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ବନ୍ଧବାହାଲ ସେକ୍ସନ ଫରେଷ୍ଟର
Comments are closed.