ବ୍ରହ୍ମପୁର: ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ଜଗନ୍ନାଥପ୍ରସାଦ ରାସ୍ତାର ରଙ୍ଗଣିପାଟଣା ଗାଁ ନିକଟରେ ଗୁରୁବାର ଜଣେ ଯୁବକଙ୍କ ଗୁପ୍ତାଙ୍ଗ କଟା କ୍ଷତାକ୍ତ ଶବକୁ ପୋଲିସ ଜବତ କରିଛି। ମୃତକ ଜଣକ ହେଲେ ବୁଗୁଡ଼ାର ସନ୍ତୋଷ କୁମାର ସାହୁ। ତାଙ୍କର ହାତ ଏବଂ ଗୁପ୍ତାଙ୍ଗକୁ ଧାରୁଆ ଅସ୍ତ୍ରରେ କଟାଯାଇଛି। ଘଟଣା ସ୍ଥଳରେ ତାଙ୍କର ମୋବାଇଲ ଓ ପୋଷାକ ମଧ୍ୟ ମିଳିଛି। ଖବର ପାଇ ବେଲଗୁଣ୍ଠା ଥାନା ପୋଲିସ ଘଟଣାସ୍ଥଳରେ ଶବ ଜବତ କରିଥିଲା। ପରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ କରୁଛି। ସୂଚନା ପ୍ରକାରେ ସନ୍ତୋଷ ବୁଗୁଡ଼ାରେ ଏକ ଫାଷ୍ଟଫୁଡ୍ ଦୋକାନ କରିଥିଲେ। ସେ ଦଶହରା ପାଇଁ ଭଉଣୀ ଘର ବେଲଗୁଣ୍ଠାକୁ ଯାଇଥିଲେ। ତେବେ ଦିନ ତମାମ ତାଙ୍କର ମୋବାଇଲ ସୁଇଚ୍ ଅଫ୍ ଥିବାରୁ ପରିବାର ଲୋକେ ନାନା ଆଶଙ୍କାରେ ରହିଥିଲେ । ରଙ୍ଗଣୀପାଟଣା ସ୍କୁଲ ବାରଣ୍ଡାରେ ତାଙ୍କ ଶବ ପଡ଼ିଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ । ଏନେଇ ବେଲଗୁଣ୍ଠା ଥାନାରେ ଏକ ମାମଲା ରୁଜୁ କରାଯିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡ଼ିକାଲକୁ ପଠାଯାଇଛି।
BREAKING NEWS
- କ୍ରିକେଟ ପ୍ରେମୀଙ୍କ କ୍ରେଜ, ଟିକେଟ ପାଇଁ ରାତିରୁ ଲାଗିଛି ଲମ୍ବା ଲାଇନ
- Weather Updat: ରାଜ୍ୟରେ ପୁଣି ତାପମାତ୍ରା ହ୍ରାସ, ଝାରସୁଗୁଡ଼ା ସବୁଠୁ ଥଣ୍ଡା ସହର
- ଡିସେମ୍ବର ୬ରୁ ରାଜ୍ୟ ପୁସ୍ତକ ମହୋତ୍ସବ; ନିର୍ମାଣ ହେବ ୫୫୦ଟି ଷ୍ଟଲ, ଭାଗନେବେ ପ୍ରାୟ…
- ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀଙ୍କୁ ନିର୍ଯାତନା ଘଟଣାରେ ଅଭିଯୁକ୍ତ ଅଧ୍ୟାପକ ଗିରଫ
- କେମିତି କରବେ E-Fasting …?
- ୩୭ତମ ସବ ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ୍; ବାଳିକା ସିଙ୍ଗଲ ୧୫ ଓ ୧୭ ବର୍ଷରୁ କମ୍ ବର୍ଗ ସେମିଫାଇନାଲରେ ଓଡ଼ିଆ ଖେଳାଳୀ
- ଲଣ୍ଡନରେ ଶାହରୁଖ ଓ କାଜୋଲଙ୍କ ବ୍ରୋଞ୍ଜ ପ୍ରତିମା ଉନ୍ମୋଚନ
- ବାଲ୍ୟବିବାହ ମୁକ୍ତ ଭାରତ ପାଇଁ ସଚେତନତା ଅଭିଯାନ ଆରମ୍ଭ
- ପୁରୁଣା ଆପାର୍ଟମେଣ୍ଟ ବିକ୍ରି ନିୟମକୁ ସହଜ କଲେ ଓଡ଼ିଶା ସରକାର
- ପୁଟିନଙ୍କ ବିମାନ ଉପରେ ସାରା ବିଶ୍ୱର ନଜର, ଜାଣନ୍ତୁ କେତେ ଜଣ କଲେ ଲାଇଭ୍ ଟ୍ରାକ୍..
Comments are closed.