Latest Odisha News

୪୫ ହଜାର ଟଙ୍କା ଲାଞ୍ଚ ନେଇ ବନ୍ଧାହେଲେ APO

ବଲାଙ୍ଗିର: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ଅତିରିକ୍ତ ପ୍ରୋଗ୍ରାମ ଅଫିସର । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ଅତିରିକ୍ତ ପ୍ରୋଗ୍ରାମ ଅଫିସର ସୁଶାନ୍ତ କୁମାର ଦାସ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ।

ମନରେଗା ଯୋଜନାରେ ପୋଖରୀ ସୌନ୍ଦର୍ଯ୍ୟକରଣ କାମ ହୋଇଥିବା ବେଳେ ପ୍ରଥମ ଇଷ୍ଟଲମେଣ୍ଟ ପାଇଁ ୪୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଏପିଓ ସୁଶାନ୍ତ ଦାସ । ଗ୍ରାମ ସାଥୀଙ୍କ ଠାରୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ସୁଶାନ୍ତଙ୍କୁ ଧରିବା ସହ ଟଙ୍କା ଜବତ କରିଛି ।

ଆୟ ବହିର୍ଭୂତ ସମ୍ପତ୍ତିର ଖୋଳତାଡ଼ କରୁଛି ଭିଜିଲାନ୍ସ । ସୁଶାନ୍ତ ଦାସଙ୍କ ୨ଟି ସ୍ଥାନରେ ରେଡ୍ ଜାରି ରହିଛି । ଏନେଇ ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି ।

Leave A Reply

Your email address will not be published.