ଷ୍ଟକହୋମ୍: ବିଶ୍ବର ସବୁଠୁ ପ୍ରତିଷ୍ଠିତ ସମ୍ମାନ ନୋବେଲେ ଶାନ୍ତି ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି । ନରଓ୍ବେର ନୋବେଲ କମିଟି 2022 ପାଇଁ ନୋବେଲ ଶାନ୍ତି ପୁରସ୍କାର ବେଲାଋଷର ମାନବାଧିକାର କର୍ମୀ ତଥା ଆଡ଼ଭୋକେଟ୍ ଏଲେସ ବାଲିୟାତସ୍କିଙ୍କ ନାମ ଘୋଷଣା କରିଛି । ଏହା ସହ ଋଷର ମାନବାଧିକାର ସଂଗଠନ ମେମୋରିୟଲ ଓ ୟୁକ୍ରେନର ମାନବାଧିକାର ସଂଗଠନ ସେଣ୍ଟର ଫର ସିବିଲ ଲିବର୍ଟିଜକୁ ମଧ୍ୟ ଏହି ପୁରସ୍କାର ମିଳିତ ଭାବେ ପ୍ରଦାନ କରାଯିବ ।
BREAKING NEWS:
The Norwegian Nobel Committee has decided to award the 2022 #NobelPeacePrize to human rights advocate Ales Bialiatski from Belarus, the Russian human rights organisation Memorial and the Ukrainian human rights organisation Center for Civil Liberties. #NobelPrize pic.twitter.com/9YBdkJpDLU— The Nobel Prize (@NobelPrize) October 7, 2022
କମିଟି ପକ୍ଷରୁ ନାମ ଘୋଷଣା ବେଳେ କୁହାଯାଇଛି ଯେ ନୋବେଲ ଶାନ୍ତି ପୁରସ୍କାର ବିଜେତାମାନେ ନିଜ ନିଜ ଦେଶରେ ନାଗରିକଙ୍କ ମାନବିକ ଅଧିକାରର ସୁରକ୍ଷା ପାଇଁ କାର୍ଯ୍ୟ କରୁଛନ୍ତି । ବିଶେଷ କରି ଯୁଦ୍ଧ ଅପରାଧ କ୍ଷେତ୍ରରେ ମାନବିକ ଅଧିକାରର ସୁରକ୍ଷା ପାଇଁ ଏହି ବିଜେତା ମାନେ ଆଗକୁ ଆସିଛନ୍ତି । ସରକାରୀ କଳର ଅପବ୍ୟବହାର କ୍ଷେତ୍ରରେ ନୋବେଲ ଶାନ୍ତି ବିଜେତା ବ୍ୟକ୍ତି ଏବଂ ସଂଗଠନ ଲୋକମାନଙ୍କ ପାଇଁ ସରକାରଙ୍କ ସହ ଲଢ଼ିଛନ୍ତି, ସେମାନଙ୍କୁ ନ୍ୟାୟ ଦେବା ପାଇଁ ନ୍ୟାୟଳୟରେ ଯୁକ୍ତିଯୁକ୍ତ ତଥ୍ୟ ଉପସ୍ଥାପନ କରିବା ପାଇଁ ସହାୟକ ହୋଇଛନ୍ତି । ସେମାନେ ସମାଜରେ ଶାନ୍ତି ପ୍ରତିଷ୍ଠା ପାଇଁ ବର୍ଷ ବର୍ଷ ଧରି ନିସ୍ବାର୍ଥପର ଭାବରେ କାର୍ଯ୍ୟ କରିଛନ୍ତି । ତେଣୁ ଯୁଗ୍ମଭାବେ ଏହି ଦୁଇଟି ସଂଗଠନ ଏବଂ ଏଲେସଙ୍କୁ ଚୟନ କରାଯାଇଛି ।
Watch an interview with our new #NobelPeacePrize laureate Ales Bialiatski, filmed after his release from prison in 2014. Following large scale demonstrations in Belarus in 2020, he was arrested again and is currently being detained without trial. https://t.co/VrdQXzTcsw
— The Nobel Prize (@NobelPrize) October 7, 2022
ରୁଷିଆର ମାନବିକ ଅଧିକାର ସଂଗଠନ 1987 ମସିହାରୁ ରୁଷିଆରେ ମାନବିକ ଅଧିକାର ପାଇଁ ଲୋକଙ୍କୁ ସହାୟତା କରିଆସୁଛି । ସୋଭିଏତ ୟୁନିୟନ ଭାଙ୍ଗିବା ପୂର୍ବରୁ ଏହି ସଂଗଠନ ଲୋକଙ୍କ ମାନବିକ ଅଧିକାରକୁ ସମ୍ମାନ ଦେବା ସହ ଆଜି ପର୍ଯ୍ୟନ୍ତି ଲୋକଙ୍କୁ ନ୍ୟାୟିକ ସହାୟତା ପ୍ରଦାନ କରୁଛି । ସେହିପରି ୟୁକ୍ରେନର ମାନବିକ ଅଧିକାର ସଂଗଠନ ଋଷ-ୟୁକ୍ରେନ ଯୁଦ୍ଧ ସମୟରେ ସାଧାରଣ ଲୋକଙ୍କ ମାନବିକ ଅଧିକାର ସୁରକ୍ଷା ପାଇଁ ରାତି ଦିନ କାର୍ଯ୍ୟ କରୁଛି । ସମାଜରେ ଶାନ୍ତି ପ୍ରତିଷ୍ଠା କରିବା ଏବଂ ଲୋକଙ୍କୁ ନ୍ୟାୟ ଦେବାପାଇଁ ଲଢ଼େଇ କରୁଛି ।
Comments are closed.