ଯୋଧପୁର : ରାଜସ୍ଥାନର ଯୋଧପୁର କିର୍ତ୍ତି ନଗରରେ ବେଆଇନ ଗ୍ୟାସ ବିକ୍ରୟ ସ୍ଥାନରେ ହଠାତ୍ ୪ଟି ସିଲିଣ୍ଡର ଫାଟି ଯାଇ ୪ ଜଣଙ୍କ ମୃତ୍ୟୁ ହୋଇଛି । ଗ୍ୟାସ ଫାଟିବା ଯୋଗୁଁ ଘର ମାଲିକଙ୍କ ସହ ତାଙ୍କର ତିନି ସଂପର୍କୀୟ ନିଆଁରେ ପୋଡି ଯାଇଥିଲେ । ତାଙ୍କ ଦେହ 80 ପ୍ରତିଶତ ଜଳିଯାଇଥିଲା । ଏଥିରେ ୧୬ଜଣ ଲୋକ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।
Rajasthan | Four persons died and 16 got injured in a gas cylinder explosion in the Kirti Nagar area of Jodhpur pic.twitter.com/x9x0jyl0cw
— ANI MP/CG/Rajasthan (@ANI_MP_CG_RJ) October 8, 2022
ବେଆଇନ ଭାବେ ଗ୍ୟାସ ସିଲିଣ୍ଡରର କାରବାର ହେଉଥିବା ସ୍ଥାନରେ ହିଁ ବିସ୍ପୋରଣ ଘଟିଥିଲା । ଗ୍ୟାସ ରିଫିଲିଂ ସମୟରେ ଜଣେ ଦିଆସିଲ ମାରିବାରୁ ଏପରି ବିସ୍ଫୋରଣ ହୋଇଥିବା ଜଣାପଡିଛି । ଗୋଟିଏ ସିଲିଣ୍ଡରରୁ ଗ୍ୟାସ ଲିକ୍ ହେଉଥିଲା ବେଳେ ଜଣେ ଦିଆସିଲି ମାରିଥିବା କୁହାଯାଉଛି । ସିଲିଣ୍ଡରରେ ନିଆଁ ଲାଗି ଯିବାରୁ ଅନ୍ୟ ସିଲିଣ୍ଡର ମଧ୍ୟ ନିଆଁଲାଗି ବିସ୍ଫୋରଣ ଘଟିଥିଲା ।
ଏହାପରେ ସେଠାରେ ରଖାଯାଇ ଥିବା ୪ଟି ସିଲିଣ୍ଡରରେ ବିସ୍ଫୋରଣ ହୋଇ ନିଆଁ ଚାରିଆଡେ ଛିଟିକି ପଡ଼ିଥିଲା । ପାଖାପାଖି ୧୬ ଜଣ ଲୋକ ଗୁରୁତର ଭାବେ ଜଳି ଯାଇଥିବା କୁହାଯାଉଛି । ।
Comments are closed.