ଭୁବନେଶ୍ବର: ଉପକୂଳ ଓଡ଼ିଶାର ଖୋର୍ଧା ଓ ପୁରୀ ଜିଲ୍ଲାରେ ସାଧାରଣରୁ ମଧ୍ୟମ ଧରଣର ବର୍ଷା ସଂଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଆଗାମୀ ତିନି ଘଣ୍ଟା ବର୍ଷା ସହ ଘଡ଼ଘଡ଼ି ହେବାର ସଂଭାବନା ଥିବାରୁ ସତର୍କ ରହିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଗତକାଲିଠାରୁ ଦକ୍ଷିଣ ବଙ୍ଗୋପସାଗର ଅଞ୍ଚଳରେ ଘୁର୍ଣ୍ଣିବଳୟ ଯୋଗୁଁ ରାଜ୍ୟର ବିଭିନ୍ନ ଅଂଚଳରେ ବର୍ଷା ସହ ଘଡ଼ଘଡ଼ି ହୋଇ ଧନଜୀବନ ନଷ୍ଟ ହୋଇଥିବା ସୂଚନା ମିଳିଛି।
ଉପକୂଳବର୍ତ୍ତୀ ଜିଲ୍ଲାରେ ବିଶେଷ କରି ପୁରୀ, ଖୋର୍ଧା ଜିଲ୍ଲାର ବିଭିନ୍ନ ଅଂଚଳ ଏବଂ ଟ୍ବିନ ସିଟି ଅଞ୍ଚଳରେ ବିଜୁଳି ଘଡଘଡି ସାଙ୍ଗକୁ ବର୍ଷା ସମ୍ଭାବନା ରହିଛି। ଟ୍ଵିନ ସିଟିରେ ମଧ୍ୟ ହଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ସତର୍କ ସୂଚନା ଜାରି କରାଯାଇଛି । ଜନସାଧାରଣଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି ।
Comments are closed.