ଭୁବନେଶ୍ବର: ରାତି ପାହିଲେ ଆରମ୍ଭ ହେବ ଅଣ୍ଡର -୧୭ ମହିଳା ଫିଫା ବିଶ୍ବକପ । ଖେଳ ଆରମ୍ଭ ହେବା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଥମ ଥର ପାଇଁ ଓଡ଼ିଶାରେ ଫିଫା ବିଶ୍ବକପ ଭଳି ଏକ ଓ୍ବାଲ୍ଡ କ୍ଲାସ ଇଭେଣ୍ଟ ଆୟୋଜିତ ହେବାକୁ ଯାଉଛି । ଏଥିପାଇଁ ଫୁଟବଲ ପ୍ରେମୀମାନେ ରାଜଧାନୀରେ ଆସି ପହଁଚିଛନ୍ତି । ଭାରତ ମଧ୍ୟ ଆସନ୍ତା କାଲି ମ୍ୟାଚ ପାଇଁ ଅପେକ୍ଷାରେ ରହିଛି ।
Just 2️⃣4️⃣ hours to go ⏳for #U17WWC ?#BackTheBlue ? #ShePower ? #IndianFootball⚽️ pic.twitter.com/cm6Wqe7mjn
— Indian Football Team (@IndianFootball) October 10, 2022
ଉଦଘାଟନୀ ମ୍ୟାଚ ସହ ୬ଟି ମ୍ୟାଚ କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯିବା ପାଇଁ କାର୍ଯ୍ୟସୂଚୀ ରହିଛି । କଳିଙ୍ଗ ଷ୍ଟାଡିୟମ୍ ସହ ଏଠାକାର କ୍ରୀଡା ଭିତ୍ତିଭୂମି ମଧ୍ୟ ବିଶ୍ବସ୍ତରୀୟ ହୋଇଛି । ଖେଳାଳିଙ୍କ ପାଇଁ ଅଭ୍ୟାସ ଖେଳ ପଡ଼ିଆ ମଧ୍ୟ ନୂତନ ଭାବେ କରାଯାଇଛି । ରାଜ୍ୟ ସରକାରଙ୍କ କ୍ରୀଡ଼ା ଭିତ୍ତିଭୂମିକୁ ବିଭିନ୍ନ ଦେଶର ଖେଳାଳି ପ୍ରଶଂସା କରିଛନ୍ତି ।
?️ Head Coach Thomas Dennerby and player Astam Oraon addressed the media ?️ ahead of #U17WWC ? at Bhubaneswar today ??
Watch the video here ?#BackTheBlue ? #ShePower ? #IndianFootball⚽️ pic.twitter.com/zYUsBijVX2
— Indian Football Team (@IndianFootball) October 10, 2022
ଟୁର୍ଣ୍ଣାମେଣ୍ଟରେ ଭାରତ ଭଲ ପ୍ରଦର୍ଶନ କରିବ । ପ୍ରଥମ ଥର ପାଇଁ ମହିଳା ଫୁଟବଲ୍ ବିଶ୍ବକପ୍ରେ ଭାରତୀୟ ଖେଳାଳିମାନେ ଭାଗ ନେଇଛନ୍ତି । ଆସନ୍ତାକାଲି ପ୍ରଥମ ମ୍ୟାଚ ୪ଟା ୩୦ରେ ମରକ୍କୋ-ବ୍ରାଜିଲ ମଧ୍ୟରେ ଅନୁଷ୍ଠିତ ହେବ । ରାତି ୮ଟାରେ ଭାରତ –ଆମେରିକା ମଧ୍ୟରେ ମୁକାବିଲା ହେବ । ଏହା ସହ ୧୪ ଓ ୧୭ ତାରିଖରେ ମଧ୍ୟ ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମ୍ରେ ହେବ ।
Focussed and ready for tomorrow ??#U17WWC ? #BackTheBlue ? #ShePower ? #IndianFootball⚽️ pic.twitter.com/MprK89zQ1K
— Indian Football Team (@IndianFootball) October 10, 2022
ଭାରତ ଓ ୟୁଏସଏ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ ପାଇଁ ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି । ଅନ୍ୟପଟେ ଫିପା ଫୁଟବଲ୍ ବିଶ୍ବକପ ପାଇଁ ଚାରିସ୍ତରୀୟ ସୁରକ୍ଷା ବଳୟରେ ରହିଛି କଳିଙ୍ଗ ଷ୍ଟାଡ଼ିୟମ । ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ୬ ଅତିରିକ୍ତ ଡିସିପି, ୧୪ ଏସିପି, ୩୦ ଇନ୍ସପେକ୍ଟର୍, ୧୦୦ ଅଧିକାରୀ, ୨୪୦ କନେଷ୍ଟବଳ ଓ ୧୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ ।
?️ Head Coach Thomas Dennerby and player Astam Oraon addressed the media ?️ ahead of #U17WWC ? at Bhubaneswar today ??
Watch the video here ?#BackTheBlue ? #ShePower ? #IndianFootball⚽️ pic.twitter.com/zYUsBijVX2
— Indian Football Team (@IndianFootball) October 10, 2022
ମ୍ୟାଚ ପୂର୍ବରୁ କଳିଙ୍ଗ ଷ୍ଟାଡିୟମ ପାର୍ଶ୍ବରେ ଥିବା ଅଭ୍ୟାସ ଗ୍ରାଉଣ୍ଡରେ ପ୍ରାକ୍ଟିସ କରି ପ୍ରଶଂସା କରିଛନ୍ତି ବିଭିନ୍ନ ଦେଶର କୋଚ୍ ଓ ଖେଳାଳି । କଳିଙ୍ଗ ଷ୍ଟାଡିୟମ୍ ସହ ଏଠାକାର କ୍ରୀଡା ଭିତ୍ତିଭୂମି ବିଶ୍ବସ୍ତରୀୟ ହୋଇଥିବା ସ୍ବୀକାର କରିଛନ୍ତି ।
Focussed and ready for tomorrow ??#U17WWC ? #BackTheBlue ? #ShePower ? #IndianFootball⚽️ pic.twitter.com/MprK89zQ1K
— Indian Football Team (@IndianFootball) October 10, 2022
ଭାରତୀୟ ଟିମ୍ ରାଜ୍ୟ ସରକାରଙ୍କ କ୍ରୀଡ଼ା ଭିତ୍ତିଭୂମି ଓ ବିଶ୍ବକପ୍କୁ ପ୍ରଶଂସା କରିଛନ୍ତି । ଟୁର୍ଣ୍ଣାମେଣ୍ଟରେ ଭାରତ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି । ପ୍ରଥମ ଥର ପାଇଁ ମହିଳା ଫୁଟବଲ୍ ବିଶ୍ବକପ୍ରେ ଭାରତ ଭାଗ ନେଉଥିବାରୁ ଦଳ ଉତ୍ସାହିତ ରହିଛି ।
The #U17WWC starts tomorrow everybody! ?
? The groups
? The teams
? The match schedule
? Plus much more!#KickOffTheDream— FIFA Women's World Cup (@FIFAWWC) October 10, 2022
Comments are closed.