Latest Odisha News

ସମାଲୋଚନା ପରେ ଆଲୋଚନାକୁ ସମ୍ମତି ପ୍ରକାଶ କଲା ଋଷ

ମସ୍କୋ: ନିୟର୍କରେ ବିଶ୍ବନେତାମାନେ ପୁଟିନଙ୍କ ନିଷ୍ପତ୍ତିକୁ ସମାଲୋଚନା ତଥା ନିନ୍ଦା କରିବା ପରେ ପୁଟିନ ନିଜର ନିଷ୍ପତ୍ତି ବଦଳାଇଥିବା ଚର୍ଚା ଜୋର ଧରିଛି । ଯୁଦ୍ଧ ଦ୍ବାରା ନୁହେଁ ଆଲୋଚନା ମାଧ୍ୟମରେ ମଧ୍ୟ ଲକ୍ଷ୍ୟ ମିଳିପାରିବ ବୋଲି କହିଛନ୍ତି ପୁଟିନ ସରକାରଙ୍କ ମୁଖପାତ୍ର । ମିଳିତ ଜାତିସଂଘର ସାଧାରଣ ଅଧିବେଶନରେ ଋଷକୁ ଅଧିକାଂଶ ଦେଶ ନିନ୍ଦା କରିଥିଲେ । ଏହା ପରେ ଆଜି କ୍ରେମଲିନର ମୁଖପାତ୍ର ଦିମିତ୍ରୀ ପେସକୋଭ ଗଣମାଧ୍ୟମକୁ କହିଛନ୍ତି ମସ୍କୋ ଆଲୋଚନା ପାଇଁ ପ୍ରସ୍ତୁତ ଅଛି । ଏବେ ଆକ୍ରମଣରେ କିଛି ପରିବର୍ତ୍ତନ ହୋଇନାହିଁ । ତେବେ ଆଲୋଚନା ବାଟ ପାଇଁ ଋଷ ରାଜି ଅଛି ।

ଋଷର ଯାହା ଲକ୍ଷ୍ୟ ଅଛି ତାହା ଆମେ ହାସଲ କରିବା ପାଇଁ  ଆଲୋଚନା କରିବାକୁ ପ୍ରସ୍ତୁତ ଅଛୁ ।’ ୟୁକ୍ରେନ ଯଦି ନରମ ହୁଏ ଏବଂ ଆଲୋଚନା ପାଇଁ ସଂକେତ ଦିଏ ତେବେ ଚିନ୍ତା କରାଯିବ ।

ୟୁକ୍ରେନର କିଛି ସହରକୁ ଋଷ  ନିଜର ଘୋଷଣା କରିବା ପରେ ଏବେ ୟୁକ୍ରେନ-ଋଷ ମୁହାଁମୁହିଁ ହୋଇଛନ୍ତି । ଗୋଟେ ପଟେ ଋଷ ମିସାଇଲ୍ ମାଡ କରୁଛି ଏବଂ ଅନ୍ୟପଟେ ଆଲୋଚନା ପାଇଁ ସମ୍ମତି ପ୍ରକାଶ କରୁଛି ଏହା କିପରି ସଂଭବ ବୋଲି  ଜେଲେନସ୍କି କହିଛନ୍ତି । ତେବେ ପୁଟିନଙ୍କର ଏବେ ଭାବନାରେ ପରିବର୍ତ୍ତନ ଆସିଛି ନା ନାହିଁ ଋଷର ପରବର୍ତ୍ତି କାର୍ଯ୍ୟପନ୍ଥାକୁ ଦେଖିଲେ ଯାହା କୁହାଯାଇପାରିବ ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମରେ ଆଲୋଚନା ଚାଲିଛି ।

Comments are closed.