ବ୍ରହ୍ମପୁର:ବେଶଭୂଷାରୁ ଚୋର ସନ୍ଦେହରେ ଗ୍ରାମବାସୀ ଯେଉଁ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼ ମାରିଲେ, ପୋଲିସ ତଦନ୍ତ ବେଳେ ଜଣାପଡ଼ିଲା ସେ ନିରୀହ। ଆଉ ଶେଷରେ ପୋଲିସ ତାଙ୍କର ଚିକିତ୍ସା ପରେ ଛାଡ଼ିଲା। ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ହନ୍ତୁଳୁ ଗ୍ରାମରେ ଗୁରୁବାର ରାତିରେ ଘଟିଛି ଏଭଳି କିଛି ଘଟଣା। ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ଉକ୍ତ ଅଞ୍ଚଳରେ ଜଣେ ବ୍ୟକ୍ତି ଚଲାବୁଲା କରୁଥିଲେ। ତାଙ୍କ ବେଶଭୁଷା ଏବଂ କଥାବାର୍ତ୍ତାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିଲା। କିଛି ଲୋକ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏନେଇ ଗୋଳନ୍ଥରା ପୋଲିସରେ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚ ତାଙ୍କୁ ଉଦ୍ଧାର କରିବା ସହ ଥାନାକୁ ଆଣିଥିଲା। ଆକ୍ରମଣରେ ଆହତ ହୋଇଥିବା ଯୋଗୁ ପୋଲିସ ସହଯୋଗରେ ତାଙ୍କର ଚିକିତ୍ସା କରାଯାଇଥିଲା। ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମଙ୍କ କହିବାନୁଯାୟୀ, ତଦନ୍ତ ବେଳେ ତାଙ୍କ ନାମ ଜି.ଶ୍ରୀନୁ(୩୫) ଏବଂ ଘର ବିଶାଖାପାଟଣା ନିକଟସ୍ଥ ଗନ୍ତିଆଡ଼ା ଗ୍ରାମରେ ବୋଲି ଜଣାପଡ଼ିଥିଲା। ବ୍ରହ୍ମପୁର ରେଳ ଷ୍ଟେସନ ନିକଟରେ ରହୁଥିବା ନିଜ ସଂପର୍କୀୟଙ୍କ ପାଖକୁ ଆସିଥିଲେ। ବ୍ରହ୍ମପୁରରେ ଉକ୍ତ ସଂପର୍କୀୟଙ୍କ ଠିକଣା ଯାଞ୍ଚ କରିବା ପରେ ଶ୍ରୀନୁଙ୍କୁ ତାଙ୍କୁ ହସ୍ତାନ୍ତର କରାଯାଇଥିବା ଏସପି ସୂଚନା ଦେଇଛନ୍ତି। ତେବେ ଗଞ୍ଜାମ ଜିଲାରେ ଏହା ପ୍ରଥମ ଘଟଣା ନୁହଁ। ପୂର୍ବରୁ ମଧ୍ୟ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା କେତେକ ବ୍ୟକ୍ତି ବିଗତ ଦିନରେ ଆକ୍ରମଣର ଶିକାର ହୋଇଛନ୍ତି। ଯାଞ୍ଚ ପରେ ପୋଲିସ ସେମାନଙ୍କ ଘରକୁ ପଠାଇବା ବ୍ୟବସ୍ଥା କରିଛି।
BREAKING NEWS
- ଏଏନ୍ଏମ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍…
- ଡିସେମ୍ବର ୫ରୁ ୧୫; ବିମାନ ବାତିଲ ଉପରେ ମିଳିବ ସମ୍ପୂର୍ଣ୍ଣ ରିଫଣ୍ଡ
- କୋହଲିଙ୍କ ଶତକ ଯୋଗୁ ବୃଦ୍ଧି ହେଲା ଟିକେଟ ବିକ୍ରି
- ରାଜ୍ୟରେ ଖାଲି ପଡିଛି ୧୦୦ ବିଇଓ ପଦବୀ
- Textbooks: ପ୍ରଥମରୁ ଦ୍ୱାଦଶ ଯାଏଁ ପରିବର୍ତ୍ତନ ହେବ ପାଠ୍ୟ ପୁସ୍ତକ…ପିଲା ପଢିବେ ନୂଆ ବହି
- ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ
- ବିମାନ ବାତିଲ ପାଇଁ ହଟହଟା ନବବିବାହିତ; ଭିସିରେ ଯୋଗଦେଲେ…
- ଜାତୀୟ ମୁଦ୍ରାରେ ନେଣଦେଣ କରିବା ଆଡ଼କୁ ଯାଉଛି ଭାରତ-ରୁଷ
- Suspended: ଥାନା ଅଧିକାରୀ ନିଲମ୍ବିତ, ନିକଟରେ ଇନ୍ସପେକ୍ଟରରୁ ଡିଏସପିକୁ ହୋଇଥିଲା ପଦୋନ୍ନତି
- ଶିଶୁକନ୍ୟାକୁ ମାରି ମାଆ ଫେରାର !
Comments are closed.