Latest Odisha News

BREAKING NEWS

ଏମକେସିଜି ସୁପରସ୍ପେସିଆଲିଟି କୋଠାରୁ ପୁଣି ଖସିଲା ସିଲିଂ

ବ୍ରହ୍ମପୁର:ଏମକେସିଜି ମେଡ଼ିକାଲ କଲେଜ ଏବଂ ହସପିଟାଲର ସୁପରସ୍ପେସିଆଲିଟି କୋଠାରୁ ପୁଣିଥରେ ସିଲିଂ ଜିପସମ୍‍ ଖସିଛି। ଶୁକ୍ରବାର ଏହି କୋଠାର ତୃତୀୟ ମହଲାରେ ଥିବା ଏଣ୍ଡୋକ୍ରାଇନୋଲୋଜି ବିଭାଗର ଛାତରୁ ସିଲିଂ ଖସିଛି। ଏହାକୁ ନେଇ ରୋଗୀଙ୍କ ମଧ୍ୟରେ ଭୟ ଦେଖିବାକୁ ମିଳିଛି। ତେବେ ସିଲିଂ ଖସିବା ସମୟରେ ସେଠାରେ କେହି ରୋଗୀ ନ ଥିଲେ। ସୂଚନା ଯୋଗ୍ୟ ଯେ, ୬ ମହଲା ବିଶିଷ୍ଠ ସୁପରସ୍ପେସିଆଲିଟି କୋଠାରେ କେବେ ନିଆଁ ଲାଗୁଛି, ତ ପୁଣି କେବେ ସିଲିଂ ଖସୁଛି। ଗତ ଡିସେମ୍ବର ୨୬ ତାରିଖରେ ଅଗ୍ନିକାଣ୍ଡ ପରେ ପଞ୍ଚମ ମହଲାରେ ଥିବା ସମସ୍ତ ବିଭାଗର ଅପରେସନ ଥିଏଟରକୁ ବନ୍ଦ କରିଦିଆଯାଇଥିଲା। ମରାମତି ପରେ ଗୁରୁବାର ପୁଣି ଥରେ ଅପରେସନ ଆରମ୍ଭ ହୋଇଥିଲା। ଏବେ ପୁଣି ଶୁକ୍ରବାର ତୃତୀୟ ମହଲାରୁ ସିଲିଂ ଖସିଛି। ଅଗ୍ନିକାଣ୍ଡ ପରେ ଯେଉଁ ଉଚ୍ଚ ସ୍ତରୀୟ କମିଟି ତଦନ୍ତ କରିଥିଲା, ସେଥିରେ ନିର୍ମାଣରେ ନିମ୍ନମାନର ନେଇ ଉଲ୍ଲେଖ ଥିଲା। ତଥାପି ୧୫୦ କୋଟି ଟଙ୍କାରେ ନିର୍ମିତ ଏହି କୋଠାର ନିର୍ମାଣକାରୀ ଠିକା ସଂସ୍ଥା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।

BjdElectrycity
Leave A Reply

Your email address will not be published.