ଯାଜପୁର : ଶିକ୍ଷକ ନିଯୁକ୍ତି ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ। ମଙ୍ଗଳପୁର ରାସ୍ତା ବାଳାଶ୍ରେମ ନିକଟରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ । ଯାଜପୁର ପୌରପାଳିକା ଅନ୍ତର୍ଗତ ଉତ୍କଳ ବାଳାଶ୍ରମ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକୀୟ ଶିକ୍ଷକ ନଥିବାରୁ ଛାତ୍ରଛାତ୍ରୀ ମାନେ ଦୀର୍ଘଦିନ ହେବ ପାଠ ପଢିବାରେ ହଇରାଣ ହେଉଥିଲେ । ବାରମ୍ବାର ବିଭାଗୀୟ କତ୍ତୃପକ୍ଷଙ୍କୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନଥିବାରୁ ଆଜି ସ୍କୁଲର ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ ମାନେ ଯାଜପୁର ମଙ୍ଗଳପୁର ରାସ୍ତାରେ ଧାରଣା ଦେଇଛନ୍ତି । ରାସ୍ତା ଅବରୋଧ ହେବା ଫଳରେ ଦୀର୍ଘ ସମୟ ଧରି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଘଟଣାସ୍ଥଳରେ ଯାଜପୁର ପୌରପାଳିକାର ଉପାଧ୍ୟକ୍ଷ ପହଞ୍ଚି ବୁଝାସୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।
BREAKING NEWS
- ଜାତିସଂଘ ଉପରେ ବିଶ୍ୱାସ ଅଛି, ଟ୍ରମ୍ପଙ୍କ ଶାନ୍ତି ବୋର୍ଡ ଦରକାର ନାହିଁ: ସ୍ପେନ
- ରାଉରକେଲା ବିମାନ ଦୁର୍ଘଟଣା: ପାଇଲଟ ତରୁଣ ଶ୍ରୀବାସ୍ତବ ସୁସ୍ଥ ହୋଇ ଫେରିଲେ
- ସୁଯୋଗ ହାତଛଡା କରୁଛନ୍ତି ସଞ୍ଜୁ ସାମସନ
- ‘Border 2’ ରିଲିଜ ପରେ ମନକଥା କହିଲେ ଦିଲଜିତ୍…
- ଫିଟ ଅଛନ୍ତି ତ ବୁମରାହ, ଚିନ୍ତା ବଢ଼ାଇଲା
- Maoists Surrender: ୪୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ୯ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ
- ବିଜେଡି ଛାଡ଼ି ବିଜେପିରେ ମିଶିଲେ ପାଟଣାଗଡ଼ ଏନ୍ଏସି ଉପାଧ୍ୟକ୍ଷଙ୍କ ସମେତ ୭ କାଉନ୍ସିଲର
- ଧାନ ସଂଗ୍ରହରେ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାଗୁଡ଼ିକ ବହୁତ ପଛରେ: ବିଜେଡି
- ଦୁନିଆରେ ମାନବ ସମାଜ ଠାରୁ ଅଧିକ ହେବ ରୋବୋଟ ସଂଖ୍ୟା..
- ବାଂଲାଦେଶ ବିପକ୍ଷରେ ଆଇସିସି ନେଇପାରେ କଠୋର କାର୍ଯ୍ୟାନୁଷ୍ଠାନ
Comments are closed.