ଭୁବନେଶ୍ବର: ଏସଏଚଜି ମହିଳା ବିଜେଡି ପାଇଁ ଟଙ୍କା ବାଣ୍ଟୁଥିବା ନେଇ ବିଜେପିର ଅଭିଯୋଗକୁ ମିଥ୍ୟା ବୋଲି କହିଛି ବିଜେଡି । ବିଜେପିର ଅଭିଯୋଗ ପରେ ଏହାକୁ ନେଇ ବିଜେଡିର ୪ ଜଣିଆ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଭିଡ଼ିଓର ଫରେନସିକ୍ ଯାଞ୍ଚ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି ।
ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ବିଜେଡି ପକ୍ଷରୁ କୁହାଯାଇଛି ଯେ ରାଜନୈତିକ କାରଣରୁ ବିଜେପି ଏପରି ଅପପ୍ରଚାର କରୁଛି । ଧାମନଗର ମାଟିର ଏସଏଚଜି ମହିଳାଙ୍କୁ ବଦନାମ କରିବାକୁ ବିଜେପିର ଏହା ଏକ ଷଡଯନ୍ତ୍ର । ବିଜେଡି ସବୁବେଳେ ଏସଏଚଜି ମହିଳାମାନଙ୍କୁ ସମ୍ମାନ କରେ । ମୁହଁରେ ଓଢଣି ଘୋଡାଇ ଜଣେ ମହିଳା ଟଙ୍କା ବାଣ୍ଟୁଥିବାର ଏକ ଭିଡ଼ିଓ ଦେଖାଇ ଧାମନଗରରେ ବିଜେଡି ପାଇଁ ଏସଏଚଜି ମହିଳା ଟଙ୍କା ବାଣ୍ଟୁଥିବା ବିଜେପିର ଅଭିଯୋଗ ଏକ ଭିତ୍ତିହୀନ ବୋଲି ବିଜେଡି ପକ୍ଷରୁ କୁହାଯାଇଛି । ଧାମନଗର ମା ମାନେ ଉଚିତ ଦେବେ ବୋଲି କହିଛି ବିଜେଡି ।
Comments are closed.