Latest Odisha News

BREAKING NEWS

ବୋହୂକୁ ହତ୍ୟା ଅଭିଯୋଗରେ ଶାଶୁ ଗିରଫ

ଭୁବନେଶ୍ୱର: ବୋହୂକୁ ହତ୍ୟା ଅଭିଯୋଗରେ ଶାଶୁ ଗିରଫ। ସୋମବାର ରାତିରେ ଭୁବନେଶ୍ୱରର କଳିଙ୍ଗ ବିହାର-9ରେ ଜଣେ ବୋହୂ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ପରେ ଝିଅର ବାପ ଘର ଲୋକେ ବୋହୂକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣି ଥାନାରେ ଏତଲା ଦେଇଥିଲେ। ପରେ ବୁଧବାର ବୋହୂର ଶାଶୂକୁ ପୋଲିସକୁ ଗିରଫ କରିଛି। ପରେ କୋର୍ଟରେ ହାଜର କରିଥିଲା।

ହେଲେ ଏଯାବତ ବୋହୂର ସ୍ୱାମୀ ଏବଂ ଶଶୂର ଫେରାର ରହିଛନ୍ତି। ମୃତକଙ୍କ ସ୍ୱାମୀ ଏବଂ ଶ୍ୱଶୁର କେଉଁଠାରେ ଅଛନ୍ତି ସେନେଇ ପୋଲିସ ତଦନ୍ତ କରୁଥିବା ସୂଚନା ରହିଛି।

ମୃତ ବ୍ୟକ୍ତି ସୁଶ୍ରୀ ସଂଗୀତା ଏକ ଘରୋଇ ନର୍ସିଂହୋମରେ ନର୍ସ ଭାବରେ କାମ କରୁଥିଲେ। ବର୍ଷେ ହେବ ସେ ବିବାହ କରିଥିଲେ। ବୋହୂର ଶାଶୂ ଘର ଲୋକେ କହିଛନ୍ତି, ଦୀପାବଳି ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ହଠାତ ବୋହୂ ଅସୁସ୍ଥ ହୋଇପଡିଥିଲା। ପରେ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ବୋହୂର ମୃତ୍ୟୁ ହୋଇଥିବା ଜଣାପଡିଛି। ବୋହୂର ବାପ ଘର ଲୋକେ କିନ୍ତୁ ହସ୍ପିଟାଲ ପହଞ୍ଚିଲା ବେଳକୁ କେବଳ ଶାଶୂ ଥିଲେ ଏବଂ ଆଉ କେହିନଥିଲେ ବୋଲି କହିଛନ୍ତି।

ବୋହୂର ବାପ ଘର ଲୋକେ ଅଭିଯୋଗ କରିଛନ୍ତି, ଝିଅ ଚାକିରି କରିଥିବାରୁ ପଇସା ଦେବାକୁ ଚାପ ରହିଥିଲା । ଆଉ ଚାପ ସହିନପାରି ଝିଅ ଏପରି ଏକ ବାଟ ଆପଣାଇଛି ବୋଲି ଅଭିଯୋଗ କରିଛନ୍ତି। ଆଉ ମୃତ୍ୟୁର ପ୍ରମାଣ ନଷ୍ଟ କରିବାକୁ ଝିଅର ଶାଶୂ ଘର ଲୋକେ ଭରପୁର ପ୍ରୟାସ କରିଥିବା ଦାବି କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ୨୦୨୧ ମସିହା ଜାନୁଆରୀ ୨୦ ତାରିଖରେ ନିଆଳି ବାଆରାଣାର ସୁଶ୍ରୀ ସଙ୍ଗୀତା ବସ୍ତିଆ ନୂଆ ଗାଁ ଗୋବିନ୍ଦପୁରଠାରେ ବାହା ହୋଇଥିଲେ। ପ୍ରବୀଣ ପ୍ରଥମେ ମାଇନ୍ସରେ କାମ କରୁଥିଲେ। ଏବେ ସେ ପାଣି ଫ୍ୟାକ୍ଟ୍ରିରେ କାମ କରୁଥିବା ବେଳେ ଝିଅ ସୁଶ୍ରୀ ସଙ୍ଗୀତା ଭୁବନେଶ୍ୱରର ଏକ ଘରୋଇ ନର୍ସିଂହୋମରେ ନର୍ସ ଭାବେ କାମ କରୁଥିଲେ।

Comments are closed.