Latest Odisha News

BREAKING NEWS

ଟ୍ୱିଟରରୁ ବହିଷ୍କୃତ ହେବା ପରେ ଆହୁରି ଧନୀ ହେବେ ଭାରତୀୟ ବଂଶୋଦ୍ଭବ ପରାଗ ଅଗ୍ରଓ୍ୱାଲ

ନୂଆଦିଲ୍ଲୀ: ଟେସଲା ମୁଖ୍ୟ ଏଲୋନ୍ ମସ୍କ ଟ୍ୱିଟରର ଦାୟିତ୍ବ ଗ୍ରହଣ କରିଛନ୍ତି। ଏହା ପରେ ସେ କମ୍ପାନୀର ସିଇଓ ପରାଗ ଅଗ୍ରୱାଲଙ୍କ ସମେତ ୪ ଜଣ ବରିଷ୍ଠ ଅଧିକାରୀଙ୍କୁ ବହିଷ୍କାର କରିଛନ୍ତି। ଟ୍ୱିଟର ସହ ଚୁକ୍ତି କରିବାକୁ ଶୁକ୍ରବାର ପର୍ଯ୍ୟନ୍ତ ଏଲୋନ୍ ମସ୍କଙ୍କୁ ସମୟ ଦିଆଯାଇଥିଲା। ଆଉ ସେ ଏହି ଚୁକ୍ତି କରିଛନ୍ତି। ନିଜେ ଟ୍ବିଟର କାର୍ଯ୍ୟାଳୟରେ ପ୍ରବେଶ କରୁଥିବାର ଏକ ଭିଡିଓ ମଧ୍ୟ ସେ ସେୟାର କରିଥିଲେ।

ଏବେ ଭାରତୀୟ ବଂଶୋଦ୍ଭବ ପରାଗ ଅଗ୍ରୱାଲଙ୍କୁ ଟ୍ୱିଟରର ସିଇଓ ପଦରୁ ହଟାଇବା ପରେ କମ୍ପାନୀ ତାଙ୍କୁ କ୍ଷତିପୂରଣ ଆକାରରେ ବିପୁଳ ପରିମାଣର ଅର୍ଥ ମିଳିବାକୁ ଯାଉଛି ବୋଲି ସୂଚନା ରହିଛି। ରିପୋର୍ଟ ଅନୁଯାୟୀ, ପରାଗ ଅଗ୍ରୱାଲ ୪୨ ମିଲିୟନ୍ ଡଲାର ଅର୍ଥାତ୍ କମ୍ପାନୀ ଠାରୁ ୩୪୬ କୋଟିରୁ ଅଧିକ ଟଙ୍କା ପାଇବେ।

ରିସର୍ଚ୍ଚ ଫାର୍ମ ଇକ୍ୱିଲର୍ ଏହାର ରିପୋର୍ଟରେ କିଛି ମାସ ପୂର୍ବରୁ କହିଥିଲେ ଯେ ଯଦି ପରାଗ ଅଗ୍ରୱାଲଙ୍କୁ ୧୨ ମାସ ମଧ୍ୟରେ ଟ୍ୱିଟର ସିଇଓ ପଦରୁ ହଟାଇ ଦିଏ, ତେବେ ତାଙ୍କୁ ବେସିକ ଦରମା ଏବଂ ଇକ୍ୱିଟି ପୁରସ୍କାର ସହିତ ବିପୁଳ ପରିମାଣର ଅର୍ଥ ପ୍ରଦାନ କରାଯାଇପାରେ। ପରାଗ ଅଗ୍ରୱାଲଙ୍କ ମାସିକ ଦରମା ପ୍ରାୟ ୮.୨୩ ​​କୋଟି ଟଙ୍କା ଥିଲା।

ଆଇଆଇଟି ବମ୍ବେ ଏବଂ ଷ୍ଟାନଫୋର୍ଡ ୟୁନିଭରସିଟିରେ ପାଠ ପଢିଥିବା ଅଗ୍ରୱାଲ ଏକ ଦଶନ୍ଧିରୁ ଅଧିକ ସମୟ ପୂର୍ବରୁ ଟ୍ୱିଟରରେ ଚାକିରି ଆରମ୍ଭ କରିଥିଲେ। ସେହି ସମୟରେ କମ୍ପାନୀରେ ୧୦୦୦ରୁ କମ୍ କର୍ମଚାରୀ ଥିଲେ। କମ୍ପାନୀର ସହ-ପ୍ରତିଷ୍ଠାତା ଜ୍ୟାକ୍ ଡୋର୍ସିଙ୍କ ଇସ୍ତଫା ପରେ ପରାଗ ଅଗ୍ରୱାଲ ଗତ ବର୍ଷ ନଭେମ୍ବରରେ ଟ୍ୱିଟରର ସିଇଓ ଭାବରେ ନିଯୁକ୍ତ ହୋଇଥିଲେ। କିନ୍ତୁ ଟୁଇଟର ପରିଚାଳନାରେ ଏଲୋନ୍ ମସ୍କଙ୍କ ହସ୍ତକ୍ଷେପ ପରେ ପରାଗ ଅଗ୍ରୱାଲ ତାଙ୍କ କାର୍ଯ୍ୟ ଜାରି ରଖିବାକୁ ଚାହୁଁନାହାଁନ୍ତି ବୋଲି କଳ୍ପନାଜଳ୍ପନା କରାଯାଇଥିଲା। ମସ୍କ ଏହା ମଧ୍ୟ କହିଛନ୍ତି ଯେ ସେ ଟ୍ୱିଟରର ପରିଚାଳନା ଉପରେ ବିଶ୍ୱାସ କରନ୍ତି ନାହିଁ।

Comments are closed.