ବ୍ରହ୍ମପୁର:ବ୍ରହ୍ମପୁର ମହାନଗର ନିଗମରେ ସହର ଉପକଣ୍ଠ ୪ଟି ଗ୍ରାମ ମିଶ୍ରଣ ନେଇ ଆଶା ସଞ୍ଚାର ହୋଇଛି। ଶୁକ୍ରବାର ଏନେଇ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ତରଫରୁ ନୋଟିଫିକେସନ୍ ଜାରି ହୋଇଛି। ମିଶ୍ରଣ ହେବାକୁ ଥିବା ଗ୍ରାମଗୁଡ଼ିକ ହେଲା କୁକୁଡ଼ାଖଣ୍ଡି ବ୍ଲକର ଲୋଚାପଡ଼ା ଗ୍ରାମ, ରଙ୍ଗେଇଲୁଣ୍ଡା ବ୍ଲକର ବଡ଼କୁସସ୍ଥଳୀ ପଞ୍ଚାୟତର ସାନକୁସସ୍ଥଳୀ ଗ୍ରାମ ଏବଂ ଗଉଞ୍ଜୁ ପଞ୍ଚାୟତର ବ୍ରହ୍ମାପଲ୍ଲୀ ଗ୍ରାମ ଓ ଗୋଳାବନ୍ଧ ପଞ୍ଚାୟତର ଗୋଳାବନ୍ଧ ଗ୍ରାମ। ଏହି ଅଞ୍ଚଳର ଯେଉଁ ବ୍ୟକ୍ତିମାନେ ପ୍ରଭାବିତ ହେବାର ସମ୍ଭବନା ରହିଛି, ସେହି ବ୍ୟକ୍ତିମାନଙ୍କ ଠାରୁ ୩୦ ଦିନ ଭିତରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଓ ଜିଲା ମାଜିଷ୍ଟ୍ରେଟ୍ଙ୍କ ଜରିଆରେ ଲିଖିତ ଆପତ୍ତି ଓ ପରାମର୍ଶଗୁଡ଼ିକ ଆହ୍ବାନ କରାଯାଇଛି। ଯେଉଁ ଆପତ୍ତି ଓ ପରାମର୍ଶଗୁଡ଼ିକ ଉପରୋକ୍ତ ସମୟ ମଧ୍ୟରେ ମିଳିବ, ସେଗୁଡ଼ିକ ରାଜ୍ୟ ସରକାର ବିଚାର କରିବେ ବୋଲି ଏହି ନୋଟିଫିକେସନ୍ରେ ଉଲ୍ଲେଖ ରହିଛି। ପୌର ପ୍ରଶାସନ ନିର୍ଦେଶକ ସଂଗ୍ରାମଜିତ ନାୟକଙ୍କ ତରଫରୁ ଏହି ଅଧିସୂଚନା ଜାରି କରାଯାଇଛି।
ଏଠାରେ ସୂଚନା ଯୋଗ୍ୟ ଯେ, ମହାନଗର ନିଗମର ପାର୍ଶ୍ବବର୍ତ୍ତି ୧୮ଟି ପଞ୍ଚାୟତକୁ ବିଏମ୍ସିରେ ସାମିଲ କରିବା ପାଇଁ ୨୦୦୮ ମସିହାରେ ଗେଜେଟ୍ ନୋଟିଫିକେସନ ପ୍ରକାଶ ପାଇଥିଲା। କିନ୍ତୁ ଏହାର ପରବର୍ତ୍ତି ସମୟରେ ଆଉ କାର୍ଯ୍ୟକାରୀ କରାଗଲା ନାହିଁ। ତେବେ ଉପରୋକ୍ତ ୪ଟି ଗ୍ରାମ ବିଏମ୍ସିରେ ମିଶ୍ରଣ ପାଇଁ ଗାଁ ସଭାରେ ରିଜୋଲ୍ୟୁସନ୍ କରିଥିଲେ। ତଥାପି ରାଜ୍ୟ ସରକାର ଏଦିଗରେ ପଦକ୍ଷେପ ଗ୍ରହଣ କଲେ ନାହିଁ। ଯାହା ଫଳରେ ସହର ତଳି ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ୨୦୨୧ ଡିସେମ୍ବର ୧୨ ତାରିଖରେ ହାଇକୋର୍ଟରେ ରିଟ୍ ପିଟିସନ୍ ଦାଖଲ କରାଯାଇଥିଲା। ଜାନୁୟାରୀ ୧୧ ତାରିଖରେ ହାଇକୋର୍ଟ ରାୟ ପ୍ରକାଶ କରି ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଅଧୀନସ୍ଥ ପୌର ପ୍ରଶାସନ ନିର୍ଦ୍ଦେଶକଙ୍କୁ ମହାନଗର ନିଗମରେ ସାମିଲ ନେଇ ଇଚ୍ଛା ଜାହିର କରି ସଂକଳ୍ପ ପାସ କରିଥିବା ଉପରୋକ୍ତ ୪ଟି ଗ୍ରାମକୁ ମିଶ୍ରଣ ନେଇ ତିନି ମାସ ମଧ୍ୟରେ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିଲେ। କିନ୍ତୁ ଏହାକୁ ରାଜ୍ୟ ସରକାର ପାଳନ କରିନଥିଲେ। ଏଣୁ ଅଗଷ୍ଟ ୨୪ ତାରିଖରେ ଅଦାଲତ ଅବମାନନା ନେଇ ହାଇକୋର୍ଟରେ ଆଉ ଏକ ମାମଲା ରୁଜୁ କରାଯାଇଥିଲା। ସେପ୍ଟେମ୍ବର ୨୬ ତାରିଖରେ ଏହି ମାମଲାର ରାୟ ପ୍ରକାଶ ପାଇଥିଲା। ମାସେ ଭିତରେ ପୂର୍ବ ନିର୍ଦେଶ କାର୍ଯ୍ୟକାରୀ କରିବାକୁ ନିର୍ଦେଶ ଦେଇଥିଲେ। ଅନ୍ୟପଟେ ସହର ତଳି ମିଳିତ କ୍ରିୟାନୁଷ୍ଠାନ ତରଫରୁ ଏହି ପଦକ୍ଷେପକୁ ସ୍ବାଗତ କରାଯାଇଛି। ସଭାପତି ସଞ୍ଜିବ କୁମାର ପଟ୍ଟନାୟକ କହିଛନ୍ତି ଯେ, ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକାର ହାଇକୋର୍ଟଙ୍କ ନିର୍ଦେଶକୁ କାର୍ଯ୍ୟକାରୀ କରିଛନ୍ତି। ସମସ୍ତ ସହର ତଳି ଅଞ୍ଚଳ ମିଶ୍ରଣ ପର୍ଯ୍ୟନ୍ତ କମିଟିର ଲଢ଼େଇ ଜାରି ରହିବ ବୋଲି ସେ ପ୍ରକାଶ କରିଛନ୍ତି।
BREAKING NEWS
- ନେପାଳରେ ପ୍ରଳୟଙ୍କାରୀ ବନ୍ୟାକୁ ନେଇ ୟୁପି, ବିହାରରେ ହାଇ ଆଲର୍ଟ
- MY Bharat-National Sports Day ପାଇଁ ପ୍ରସ୍ତୁତି ଜୋରଦାର: କ୍ରୀଡା ପ୍ରତି ବଢିବ ଆଗ୍ରହ
- ଦୁଇ ବର୍ଷରେ ସାପକାମୁଡ଼ାରେ ଏହି ଜିଲ୍ଲାରେ ଗଲାଣି ୮୯ରୁ ଅଧିକ ଜୀବନ; ପାଲଟିଛି ଚିନ୍ତାର ବିଷୟ
- ଦିନକ ପରେ ରାକ୍ଷୀ ବାନ୍ଧିଥାନ୍ତେ ରକ୍ଷା ପାଇଁ…ହେଲେ ଭକ୍ଷକ ସାଜିଲା ଭାଇ, ଦୁଇ ଭଉଣୀଙ୍କୁ ଗୁଳି କରି ମାରିଲା…
- Cuttack Bali Yatra: ଉଭୟ ଉପର, ତଳ ପଡ଼ିଆରେ ବାଲିଯାତ୍ରା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ
- MMDR ସଂଶୋଧିତ ଆଇନକୁ ନେଇ ବିରୋଧୀଙ୍କ ଜୋରଦାର ବିରୋଧ: ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲା କଂଗ୍ରେସ, କଟାକ୍ଷ କଲା ବିଜେପି
- Asia Rugby Emirates Sevens Series: ଏସିଆ ରଗ୍ବୀ ସେଭେନ୍ସ ସିରିଜ୍ ପାଇଁ ଭାରତୀୟ ଦଳIଘୋଷଣା; ୬ ଓଡ଼ିଆ ଖେଳାଳି ସାମିଲ
- Nepal Flood: ନେପାଳରେ ପ୍ରକୃତିର କରାଳ ରୂପ, ଭୟଙ୍କର ବନ୍ୟାରେ ଧୋଇଗଲା ପୂରା ଗାଁ, ୧୦୫ ଭାରତୀୟ ନିଖୋଜ…
- ଅଗଷ୍ଟ ୨୮ରେ ଚଳିତ ବର୍ଷର ଦ୍ୱିତୀୟ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ କେଉଁଠି ହେବ ଦୃଶ୍ୟମାନ…
- ସିଲେକ୍ସନ ନୁହେଁ ଏଥର ଓସିଏରେ ନିର୍ଵାଚନ !

Comments are closed.