ବ୍ରହ୍ମପୁର; ବ୍ରହ୍ମପୁର ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ ସତ୍ତ୍ବେ ବ୍ରହ୍ମପୁର ଏମ୍କେସିଜି ମେଡ଼ିକାଲରେ ଦଲାଲ୍ ରାଜ୍ କମିନାହିଁ। ଡାକ୍ତର ପରିଚୟ ଦେଇ ରୋଗୀଙ୍କୁ ଘରୋଇ ନର୍ସିଂହୋମ୍ ଏବଂ ନିଦାନ କେନ୍ଦ୍ରକୁ ଟାଣୁଥିବା ଜଣେ ଯୁବକଙ୍କୁ ଶୁକ୍ରବାର ଧରିଛି ପୋଲିସ। ତାଙ୍କୁ ବୈଦ୍ୟନାଥପୁର ଥାନାରେ ଅଟକ ରଖାଯାଇ ପଚରାଉଚରା ଚାଲିଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ ଜଣେ ଯୁବକ ନିଜ ବେକରେ ଏକ ପରିଚୟ ପତ୍ର ପକାଇ ବିଭିନ୍ନ ୱାର୍ଡରେ ବୁଲାବୁଲି କରୁଥିଲେ। ଜଣେ ରୋଗୀଙ୍କୁ ଧରି ସେ ଅସ୍ଥିଶଲ୍ୟ ବିଭାଗର ଇନଡୋରକୁ ଧରି ଯାଉଥିଲେ। କୌଣସି ବିଷୟକୁ ନେଇ ଜଣେ କର୍ମଚାରୀଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା। ଘଟଣାସ୍ଥଳରେ ସୁରକ୍ଷା କର୍ମଚାରୀ ପହଞ୍ଚିଥିଲେ। ଯୁବକ ଜଣଙ୍କ ନିଜ ବେକରେ ଏକ ପରିଚୟପତ୍ର ଝୁଲାଇଥିବାରୁ ସୁରକ୍ଷା କର୍ମୀମାନେ ତାଙ୍କ ପରିଚୟ ପଚାରିଥିଲେ। ପରିଚୟପତ୍ରରେ ଡାକ୍ତର ଦୀପକ କୁମାର ନାହାକ ବୋଲି ଲେଖା ହୋଇଥିଲା। ସେହିପରି ବର୍ହିବିଭାଗ ସୁପରଭାଇଜର ବୋଲି ତାଙ୍କ ପଦବୀ ଲେଖାଥିଲା। ପରିଚୟପତ୍ରରେ ଯେଉଁ ପଦବୀ ଲେଖା ହୋଇଛି, ମେଡ଼ିକାଲରେ ସେମିତି କୌଣସି ପଦବୀ ନାହିଁ। ଯୁବକଙ୍କ ବୟସ ଓ ଚେହେରାରୁ ଡାକ୍ତର ଭଳି ଦେଖା ଯାଉନଥିଲେ। ସୁରକ୍ଷାକର୍ମୀମାନେ ସନ୍ଦେହରେ ମେଡ଼ିକାଲ ଫାଣ୍ଡି ପୋଲିସକୁ ଖବର ଦେଇଥିଲେ। ପୁଲିସ ଦୀପକଙ୍କୁ ଥାନାକୁ ନେଇ ପଚରାଉଚରା କରିଥିଲା। ଘର ସାନଖେମୁଣ୍ଡିରେ ହୋଇଥିବା ବେଳେ ସେ ଜଣେ ଡିପ୍ଲୋମା ଇଞ୍ଜିନିୟରିଂ ଛାତ୍ର ବୋଲି କହିଥିଲେ। ପରିଚୟ ପତ୍ରକୁ କୋର୍ଟପେଟା ଛକ ନିକଟସ୍ଥ ଏକ ଦୋକାନରୁ ୮୦ ଟଙ୍କାରେ ତିଆରି କରିଥିବା କହିଥିଲେ। ତାଙ୍କ କଥାରେ ତାଳମେଳ ରହୁନଥିବାରୁ ସେ କୌଣସି ଘରୋଇ କ୍ଲିନିକ କିମ୍ବା ଡାଏଗ୍ନୋଷ୍ଟିକ ସେଣ୍ଟର ପାଇଁ ଦଲାଲି କରୁଥିବା ନେଇ ପୋଲିସ ସନ୍ଦେହ କରିଥିଲା। ତାଙ୍କୁ ଅଟକ ରଖି ପଚରାଉଚରା ଚାଲିଥିବା ସୂଚନା ମିଳିଛି।
BREAKING NEWS
- ବଦଳିବ ଶ୍ରୀକ୍ଷେତ୍ରର ଚେହେରା: ବ୍ରିଜ୍, ବେଳାଭୂମି ଓ ମନ୍ଦିର ସୌନ୍ଦର୍ଯ୍ୟକରଣର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ
- New Governor of Odisha:ବଦଳିଲେ ଓଡ଼ିଶା ରାଜ୍ୟପାଳ;କମ୍ଭମପତିଙ୍କ ସ୍ଥାନରେ ନୂଆ ରାଜ୍ୟପାଳ ହେଲେ…
- କାହିଁକି ସାଉଦି ଆରବ ବିମାନ ବନ୍ଦରକୁ ଟାର୍ଗେଟ କରୁଛି ହୁତି ବିଦ୍ରୋହୀ ?
- ଧୋନୀ ଯାହା କରିବାକୁ ୩୩୧ ମ୍ୟାଚ୍ ଲଗାଇଥିଲେ, ତାହା ଶ୍ରେୟାଶ ମାତ୍ର ୧୩୩ ମ୍ୟାଚ୍ରେ କରିଦେଲେ
- Trains Cancelled: ୧୩ରୁ ୨୨ ଯାଏ ଏହି ଏକ୍ସପ୍ରେସ୍ ଓ ପ୍ୟାସେଞ୍ଜର ଟ୍ରେନ ହେଲା ବାତିଲ
- ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଇଣ୍ଡିଆ ଏ ଦଳରୁ ବାଦ ପଡ଼ିଲେ ଋଷଭ ପନ୍ତ
- Election Cancelled:ଏହି କଲେଜରେ ଛାତ୍ର ସଂସଦ ନିର୍ବାଚନ ବାତିଲ, ସାଇନ୍ ଡାଏ ଘୋଷଣା
- ଜମ୍ମୁ-କାଶ୍ମୀର: LOC ପାର ହେବାକୁ ଯୋଜନା କରୁଥିବା ବେଳେ ଲସ୍କରର ୪ ଆତଙ୍କି ନିହତ
- INS Mangrol: ଶତ୍ରୁ ପକ୍ଷର ସବମେରାଇନ୍କୁ ପାଇଁ କାଳ ସାଜିବ INS ମାଙ୍ଗରୋଲ୍
- ରଣଜୀ ଟ୍ରଫି: ଗୌରବଙ୍କ କ୍ୟାରିୟରର ଶ୍ରେଷ୍ଠ ୧୩୭ ରନ୍ ସତ୍ତ୍ୱେ ଗୁଜରାଟ ବିପକ୍ଷରେ ପଛରେ ପଡ଼ିଗଲା ଓଡ଼ିଶା

Comments are closed.