Latest Odisha News

ଫିଲିପାଇନ୍ସରେ ପ୍ରାକୃତିକ ବିପର୍ଯ୍ୟୟ: ମୃତ୍ୟୁ ସଂଖ୍ୟା ୭୦ରୁ ଅଧିକ

ନୂଆଦିଲ୍ଲୀ: ଫିଲିପାଇନ୍ସରେ ପ୍ରାକୃତିକ ବିପର୍ଯ୍ୟୟ। ପ୍ରବଳ ବର୍ଷା ସହିତ ବନ୍ୟା ଏବଂ ଭୂସ୍ଖଳନରେ ଅତି କମରେ ୭୦ ଜଣଙ୍କର ମୃତ୍ୟୁ ଘଟିଛି। ୬୦ରୁ ଅଧିକ ନିଖୋଜ ହୋଇଥିବା ଜଣାପଡିଛି। ଅନେକ ଲୋକ ପଥର, ଗଛ ଏବଂ ଆବର୍ଜନା ଭର୍ତ୍ତି ସ୍ଥାନରେ ପୋତି ହୋଇଯାଇଛନ୍ତି ବୋଲି କୁହାଯାଉଛି। ଏହି ବାତ୍ୟାକୁ ଫିଲିପାଇନ୍ସରେ ନାଲଗି ବୋଲି କୁହାଯାଉଛି। ସ୍ଥାନୀୟ ଭାଷାରେ ଏହି ବାତ୍ୟାର ନାମ ପାଏଙ୍ଗ୍। ଫିଲିପାଇନ୍ସର ବିପର୍ଯ୍ୟୟ ପରିଚାଳନା ଏଜେନ୍ସି ଏନଡିଆରଆରଏମସି ପକ୍ଷରୁ ମୃତ୍ୟୁସଂଖ୍ୟା କିନ୍ତୁ ୪୫ ରହିଛି।

କୁହାଯାଉଛି ଯେ ଏହି ଭୟଙ୍କର ବାତ୍ୟା ଯୋଗୁଁ ମାଗୁଇଣ୍ଡାନାଓ ପ୍ରଦେଶର ତିନୋଟି ସହର ସର୍ବାଧିକ ପ୍ରଭାବିତ ହୋଇଛି। ଏହି ଅଞ୍ଚଳରେ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ସର୍ବାଧିକ ମୃତ୍ୟୁ ଘଟିଛି। ପ୍ରବଳ ବର୍ଷା ହେବାରୁ ଆବର୍ଜନା ସହିତ ପାଣି ନଦୀରେ ଭର୍ତ୍ତି ହୋଇଥିଲା। ଯେଉଁଥିପାଇଁ ନଦୀର ଜଳ ସ୍ତର ବଢିବାରେ ଲାଗିଛି। ଯାହାଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ବର୍ତ୍ତମାନ ପ୍ରଶାସନ ପକ୍ଷରୁ ବନ୍ୟା ପୀଡିତଙ୍କୁ ରିଲିଫ ଯୋଗାଇବା କାର୍ଯ୍ୟ ଚାଲିଛି। କିନ୍ତୁ ତଥାପି ଏପରି ଅନେକ ଅଞ୍ଚଳ ରହିଛି ଯେଉଁଠାରେ ଉଦ୍ଧାରକାରୀ ଦଳ ପହଞ୍ଚି ପାରି ନାହାନ୍ତି।

ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ, ଫିଲିପାଇନ୍ସରେ ଏହି ଭୟଙ୍କର ବିନାଶର କାରଣ ‘ନାଲଗେ’ ସାମୁଦ୍ରିକ ଝଡ ବୋଲି କୁହାଯାଉଛି। ତେବେ ଫିଲିପାଇନ୍ସରେ ପ୍ରତିବର୍ଷ ଏହିପରି ୨୦ରୁ ଅଧିକ ଝଡ ସୃଷ୍ଟି ହୁଏ।

Comments are closed.