Latest Odisha News

ପୁଲିସର ଜୁଲମ: ସାମ୍ବାଦିକଙ୍କୁ ମାଡ଼ ମାରିଲେ, କ୍ୟାମେରା ଭାଙ୍ଗିଦେଲେ

ଭୁବନେଶ୍ୱର: ଫଟୋ ସାମ୍ବାଦିକଙ୍କୁ ମାଡ ମାରି ମୋବାଇଲ ଭାଙ୍ଗିଦେଲା ପୋଲିସ। ସାଣ୍ଡି ଟାଓ୍ୱାର ହୋଟେଲରୁ ହକି ଖେଳାଳୀ ବସରେ କଳିଙ୍ଗ ଷ୍ଟାଡିୟମ ଅଭିମୁଖେ ଆସୁଥିଲେ। ଏହି ସମୟରେ ଫଟୋ ଉଠାଉଥିଲେ ରାକେଶ ରାଉଳ । ଏହାକୁ ବିରୋଧ କରି ୫ ଜଣ ପୋଲିସ ରାକେଶଙ୍କୁ ମିଳିତ ଭାବେ ମାଡ଼ ମାରି ଆକ୍ରମଣ କରିବା ସହ କ୍ୟାମେରା ଛଡାଇ ନେଇଥିଲେ। ପରେ ସାଧା ପୋଷାକରେ ଥିବା ପୋଲିସ ଜଣଙ୍କ ଫଟୋ ସାମ୍ବାଦିକଙ୍କ କ୍ୟାମେରା କଚାଡି ଦେଇଥିଲେ। ପରେ ଦେଇଥିବା ସୂଚନା ରହିଛି।

ଫଟୋ ସାମ୍ବାଦିକଙ୍କ କାମ ହେଲା ସେମାନେ ବିଭିନ୍ନ ମୁହୂର୍ତ୍ତର ଫଟୋ ଉଠାଇ ଖବର ଦେବା। କିନ୍ତୁ ପୋଲିସ ଚାକିରି କରିଛନ୍ତି ବୋଲି କର୍ମଚାରୀ ଜଣଙ୍କ କେଉଁ କାରଣ ପାଇଁ ଏପରି ମାଡ ମାରିଲେ ସେ ନେଇ କୌଣସି ସ୍ପଷ୍ଟ ଉତ୍ତର ଦେଇପାରିନଥିଲେ। ଯଦି କୌଣସି ଭୁଲ ଫଟୋ ସଂପୃକ୍ତ ସାମ୍ବାଦିକ ଜଣଙ୍କ ଉଠାଇଥିଲେ ତାହେଲେ ଅଟକ ରଖି ପଚରାଉଚରା କରିପାରିଥାନ୍ତେ। ହେଲେ ଏପରି ନକରି ତଳେ ପକାଇ ମାଡ ମାରିବାହ ସାହାସ କିପରି ଆସିଲା?

ସେହିପରି ଫଟୋ ସାମ୍ବାଦିକଙ୍କ ମୋବାଇଲରେ ରେକର୍ଡିଂ ହୋଇଥିବା ଭିଡିଓ ଫୁଟେଜ ଅନୁଯାୟୀ ପାଠ ପଢି ଚାକିରି କରିଥିବା ଏହି ଶିକ୍ଷିତ ବ୍ୟକ୍ତି ଜଣଙ୍କ ସଂପୃକ୍ତ ସାମ୍ବାଦିକଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରୁଥିବାର ଅଭିଯୋଗ କରିଛନ୍ତି ସାମ୍ବାଦିକ ରାକେଶ ରାଉଳ। କିନ୍ତୁ ପରବର୍ତ୍ତୀ ସମୟରେ ସଂପୃକ୍ତ ସରକାରୀ କର୍ମଚାରୀ ଜଣଙ୍କ ସାମ୍ବାଦିକଙ୍କୁ ନାଲି ଆଖି ଦେଖାଉଥିବା ଦେଖିବାକୁ ମିଳିଛି। ସେହିପରି କେଉଁ ମିଡିଆ କ’ଣ କରିବ ବୋଲି କହିବାକୁ ଭୁଲି ନାହାନ୍ତି କମିଶନରେଟ ପୋଲିସର ଏହି କର୍ମଚାରୀ ଜଣଙ୍କ। ଯିଏକି ସୁରକ୍ଷା କର୍ମୀ ଭାବେ ନିୟୋଜିତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ସଂପୃକ୍ତ ପୋଲିସ କର୍ମଚାରୀ ସାମ୍ବାଦିକଙ୍କୁ ତଳେ ପକାଇ ମାଡ ମାରିବା ପରେ ରାକେଶ ରାଉଳଙ୍କ ହାତରେ ଆଘାତ ଲାଗିଛି। ସେ ଏବେ ଏକ୍ସ ରେ କରି ଅଧିକ ଚିକିତ୍ସା କରାଉଛନ୍ତି। ସାମ୍ବାଦିକଙ୍କୁ ମାଡ ମାରିବା ଘଟଣା ନେଇ ସୂଚନା ମିଳିବା ପରେ ନୟାପଲ୍ଲୀ ଆଇଆଇସି ଘଟଣାସ୍ଥଳକୁ ଆସିଥିଲେ। ହେଲେ ସେ ମଧ୍ୟ ସମାନ ପ୍ରକାର ଆଚରଣ ଦେଖାଇଥିବା ଅଭିଯୋଗ ହୋଇଛି।

ମୋବାଇଲ ଚୋର ଧରି ବେଶ ସୁନାମ ଅର୍ଜନ କରିଥିବା କମିଶନରେଟ ପୋଲିସର ଏହି କର୍ମଚାରୀଙ୍କୁ ବ୍ୟବହାରକୁ ସାମ୍ବାଦିକମାନେ ଦୃଢ଼ ନିନ୍ଦା କରିଛନ୍ତି। ଏହାପରେ ସଂପୃକ୍ତ ସାଧା ପୋଷାକଧାରୀ ପୁଲିସଙ୍କୁ ନିଲମ୍ବନ କରିବାକୁ ଦାବି ହୋଇଛି। ନଚେତ ପୋଲିସ କର୍ମଚାରୀଙ୍କ ବିରୋଧରେ ଆଗାମୀ ଦିନରେ ଜୋରଦାନ ଆନ୍ଦୋଳନ ହେବ ବୋଲି ସୂଚନା ରହିଛି।

Comments are closed.