Latest Odisha News

ଅଜଣା ଜନ୍ତୁ ଆକ୍ରମଣରେ ୬୩ ଛେଳି ମୃତ, ୨୮ ଆହତ

ପାରଳାଖେମୁଣ୍ଡି: ପୁଣି ଅଜଣା ଜନ୍ତୁ ଆତଙ୍କ । ନିଆଳି ଭଳି ଗଜପତି ଜିଲ୍ଲା କାଶୀନଗର ବ୍ଲକରେ ଅଜଣା ଜନ୍ତୁ ଆକ୍ରମଣରେ ୬୦ରୁ ଅଧିକ ଛେଳିଙ୍କ ମୃତ୍ୟୁ ହୋଇଛି । ୨୮ଟି ଛେଳି ଆହତ ହୋଇଛନ୍ତି । ଯାହାକୁ ନେଇ କାଶୀନଗର ବ୍ଲକ କିଡିଙ୍ଗା ଗ୍ରାମବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି ।

ତେବେ ଗୋଟିଏ ଥରରେ ୬୩ ଛେଳିଙ୍କ ମୃତ୍ୟୁ କିଭଳି ହେଲା, ସେନେଇ କିଛି ସ୍ପଷ୍ଟ ଜଣାପଡ଼ି ନାହିଁ । ତେବେ ଗ୍ରାମବାସୀ ସନ୍ଦେହ କରୁଛନ୍ତି କୌଣସି ଜଙ୍ଗଲି ହିଂସ୍ର ପଶୁ ଛେଳିଙ୍କୁ ଆକ୍ରମଣ କରିଛି । ଖବର ପାଇ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ ଗାଁରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି ।

ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ କହିଛନ୍ତି । ପୋଲିସ ଓ ବନ ବିଭାଗ ତଦନ୍ତ କରି ଆକ୍ରମଣର ପ୍ରକୃତ କାରଣ ଜାଣିବାକୁ କୁହାଯାଇଛି । ତଦନ୍ତ ଜାରି ରହିଥିବା ବେଳେ ଆହତ ଛେଳିଙ୍କ ଚିକିତ୍ସା ପାଇଁ ଗାଁରେ ପହଞ୍ଚିଛନ୍ତି ପ୍ରାଣୀ ଚିକିତ୍ସା ଡାକ୍ତରୀ ଦଳ ।

Comments are closed.