Latest Odisha News

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ

ତା ୧୨-୦୭-୨୦୧୯ ଶୁକ୍ରବାର

ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର

[ମୋବାଇଲ ନମ୍ବର: ୯୪୩୭୨୨୫୪୩୪]

ଆଜି ହେଉଛି ୨୦୧୯ ମସିହା ଜୁଲାଇ ମାସ ତା ୧୨ ରିଖ ଶୁକ୍ରବାର ମିଥୁନ ୨୮ ଦିନ ଆଷାଢ ମାସ ଶୁକ୍ଳ ପକ୍ଷ ଦଶମୀ ଭୁକ୍ତ ଏକାଦଶୀ ତିଥି ବିଶାଖା ନକ୍ଷତ୍ର ତୁଳା ଚନ୍ଦ୍ର
ଘାତ ବାର :-ବିଛା ଧନୁ ଓ ମୀନ ରାଶିର
ଆଜି: କଳମ୍ବୀ ଶାଗ ଶିମ୍ବ ଖାଇବା ନିଷେଧ

ମେଷ :-
ପାରିବାରିକ ଜୀବନରେ ସୁଖଶାନ୍ତି ବିରାଜମାନ କରିବ ।ପିତା ମାତା ଗୁରୁଜନମାନଙ୍କର ସ୍ନେହ ଆଶୀର୍ବାଦ ଲାଭ କରିବେ । ପରିଶ୍ରମ ଅନୁଯାୟୀ ପାରିଶ୍ରମିକ ସନ୍ତୋଷଜନକ ମିଳିବ ।

ବୃଷ :-
ପୂର୍ବର ସମସ୍ୟା ଓ ପ୍ରତିବନ୍ଧକ ଦୂର ହେବ ।ଶତୃମାନେ ପରାଜିତ ହେବେ ।ଦେହ ମନ ସୁସ୍ଥ ରହିବ ।ଆର୍ଥିକ ଉନ୍ନତି ପରିଲକ୍ଷିତ ହେବ ।କ୍ରମକ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କର ବିଶ୍ବାସ ଭାଜନ ହେବେ ।

ମିଥୁନ :-
ଧିର ସ୍ଥିର ଭାବରେ କାର‌୍ୟ୍ୟ କରନ୍ତୁ ନଚେତ୍ ବିପଦରେ ପଡିବେ । ଆୟ ଅପେକ୍ଷା ବ୍ୟୟ ଅଧିକ ହେବ ।ମାଲିମକଦମାର ସମ୍ଭାବନା ଅଛି ।ସନ୍ତାନ ସନ୍ତତି ମାନଙ୍କ କାର‌୍ୟ୍ୟକୁନେଇ ଚିନ୍ତିତ ହେବେ।ବ୍ୟବସାୟରେ ଆଶାନୁରୂପ ଲାଭ ମିଳିବ ନାହିଁ ।

କର୍କଟ :-
ଜଗିରଖି ଚଳନ୍ତୁ ନଚେତ୍ ଅସୁବିଧା ଦେଖା ଦେଇପାରେ ।ଦାମ୍ପତ୍ୟ ଜୀବନରେ ଭୁଲ ବୁଝାମଣା ଦେଖା ଦେବ ।ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ଅସଫଳତା ଲାଭ କରିବେ ।ମାନସିକ ଅସ୍ଥିରତା ଦେଖା ଦେବ ।

ସିଂହ :-
ଆଜି ଅର୍ଥ ମାନ ସମ୍ମାନ ପ୍ରତିଷ୍ଠା ସୌଭାଗ୍ୟ ପ୍ରାପ୍ତି ହେବ । ବ୍ୟବସାୟୀମାନେ ଲାଭବାନ ହେବେ ।ଦୂର ଯାତ୍ରାର ଯୋଗ ରହିଛି ।ମହିଳାମାନେ ନିଜ ପରିବାରରେ ପ୍ରଶଂସନୀୟ ହେବେ ।ସଞ୍ଚିତ ଅର୍ଥ ବୃଦ୍ଧି ଘଟିବ ।

କନ୍ୟା :-
କଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ ।ଛୋଟ ଛୋଟ କଥାକୁ ନେଇ ବାଦବିବାଦ ଦେଖା ଦେଇପାରେ ।ଶତୃମାନେ ଚକ୍ରାନ୍ତ କରିବେ ।ଧନ ହାନୀ ପ୍ରାଣ ପୀଡା ବୃଥା ଅପବାଦର ଭୟ ରହିଛି ।ଦ୍ରବ୍ୟ ନଷ୍ଟ ବା ଚୋରୀ ହେବାର ସମ୍ଭାବନା ଅଛି ।

ତୁଳା :-
ଆଜି ଆପଣଙ୍କୁ ସଫଳତା ମିଳିବ ।ଆଶା କରୁଥିବା ଦିଗରୁ ଶୁଭ ଫଳ ପାଇବେ ।ମାଲିମକଦମାରେ ବିଜୟ ଲାଭ କରିବେ ।ଶତୃମାନେ ପରାଜିତ ହେବେ ।ନୂତନ ଗୃହ ବା ଭୂମି ଲାଭର ଯୋଗ ରହିଛି ।

ବିଛା :-
ସତର୍କତା ଅବଲମ୍ବନ କରନ୍ତୁ କାରଣ ଆକସ୍ମିକ ଦୁର୍ଘଟଣା ଦେଖା ଦେଇପାରେ । ପାରିବାରିକ ଜୀବନରେ ବାଦ ବିବାଦ ଦେଖା ଦେବ । ଆଳସ୍ୟ ଓ ଅବହେଳାରୁ ଦୋଷି ସାବ୍ୟସ୍ତ ହୋଇପାରନ୍ତି । ମିତ୍ରମାନେ ପରୋକ୍ଷରେ ଶତୃତା ଆଚରଣ କରିବେ ।

ଧନୁ :-
ଅପେକ୍ଷାରତ ଶୁଭ ଖବରଟି ପାଇ ଖୁସି ହେବେ ।ପ୍ରଶାସନିକ କ୍ଷେତ୍ରରେ ସାହାଯ୍ୟ ସହାନୁଭୂତି ମିଳିବ ।ଜୀବନସାଥୀର ଉତ୍ସାହ ପ୍ରେରଣା ମନବଳକୁ ଦ୍ବିଗୁଣିତ କରିବ ଓ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ ।

ମକର :-
ପରିବାରରେ ସୁସମ୍ପର୍କ ପୂର୍ବପରି ଅତୁଟ ରହିବ ।ପ୍ରେମ ପ୍ରଣୟ ଦିଗରେ ସଫଳତା ଲାଭ କରିବେ ।ବିଦ୍ୟାର୍ଥୀ ମାନେ ବିଦ୍ୟାରେ ସୁନାମ ଅର୍ଜନ କରିବେ ।ବନ୍ଧୁ ମିଳନର ଯୋଗ ରହିଛି ।ସ୍ଵାଦିଷ୍ଟ ଭୋଜନ ମିଳିବ

କୁମ୍ଭ :-
ଆର୍ଥିକ ଦୃଷ୍ଟିକୁ ନେଇ ଚିନ୍ତିତ ହେବେ ।ବ୍ୟବସାୟ ବାଣିଜ୍ୟ ଓ ପରିବହନ ଦ୍ରବ୍ୟ ନଷ୍ଟ ବା ଚୋରୀ ହେବାର ସମ୍ଭାବନା ଅଛି ।ଦୂର ଯାତ୍ରା କରନ୍ତୁ ନାହିଁ ଯାନ୍ତ୍ରିକ ତୃଟି ବା ଦୃଘଟଣା ଦେଖା ଦେଇପାରେ ।ଶାରୀରିକ ପୀଡା ଦେଖା ଦେବ ।
ମୀନ:-
ମରିଚିକା ପଛରେ ଘୋଡାଇ ଶେଷରେ ନିରାଶ ହେବେ ।ସାମାଜିକ କ୍ଷେତ୍ରରେ ଅସମ୍ମାନିତ ହେବେ ।ପ୍ରତ୍ୟେକ କାର‌୍ୟ୍ୟରେ ବାଧା ବିଘ୍ନ ଦେଖା ଦେବ ।ପାରିବାରିକ ଜୀବନରେ ଭୁଲ ବୁଝାମଣା ଦେଖା ଦେବ।

Leave A Reply

Your email address will not be published.