Latest Odisha News

BREAKING NEWS

ଭାଷା ଭାଗବତ : ଭାଷାକୁ ଭୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ସ୍ବାଧୀନ ଚିଂତକ କାହାଂତି ?
କେଉଁଠି ଦିଶୁ ତ ନାହାଂତି
ବ୍ୟକ୍ତି ଚାଳିତ ସଂସ୍ଥା, ଦଳ
ପୋଷଂତି ବଶଂବଦ କୁଳ

ଶୁଦ୍ଧ, ନିର୍ମଳ ମତାମତ
ହେଉଛି ଆହତ, ବ୍ୟାହତ
ଜଣା ଜ୍ଞାନକୁ ବାରଂବାର
କହିବା ଅଭ୍ୟାସ ଆମର

ଶିକ୍ଷା, ସ୍ବାସ୍ଥ୍ୟ, ସଂସ୍କୃତି ପେସା
ସଂଚାର କରୁନି ଭରସା
କେବଳ ଅର୍ଥ ଦେଣ, ନେଣ
କାମରେ ସଭିଏଁ ନିପୁଣ

ଏଠାରେ ଜ୍ଞାନବଂତ ଲୋକ
ମାରଂତି ନିଜ ଧନଭୋକ
ସଭିଏଁ ହେଲେ ବିତ୍ତାସକ୍ତ
ବିକଶିତ ହୁଏନି ଚିତ୍ତ

ଲୋକେ ଲୋଡ଼ଂତି ମହାରାଜା
ଟେକଂତି ଗଣତଂତ୍ର ଧ୍ବଜା
ହେବାକୁ ଚାହାଂତି ଶାସିତ
ସଭ୍ୟତା ଏଠି ଏବେ ମୃତ

ଏପରି ସମୟରେ ଭାଷା
କରିବ କାହାକୁ ଭରସା ?
ଏହା କାହାକୁ ଜଣା ନାହିଁ
ଉନ୍ନତି ଦିଶୁନାହିଁ କାହିଁ

ଶୀଘ୍ର ଏହାର ପ୍ରତିକାର
ଥିଲେ ବି ଏବେ ଦରକାର
କେହି ତ ନୁହଂତି ସକ୍ରିୟ
ତେଣୁ ମନରେ ଥାଏ ଭୟ

 

Comments are closed.