Latest Odisha News

ପ୍ରେମିକା ଦେଲା ଧୋକା, ପ୍ରେମିକ ଗଳା କାଟିବାର ଫେସବୁକରେ ଲାଇଭ ଦୃଶ୍ୟ

ଉତ୍ତର ପ୍ରଦେଶ : ପୁଣି ସାମ୍ନାକୁ ଆସିଲା ପ୍ରେମରେ ଧୋକା ପାଇ ଆତ୍ମହତ୍ୟା କରିବା ଘଟଣା । ପ୍ରେମିକା ପାଇଁ ଜୀବନ ହାରିଲେ ପ୍ରେମିକ। ଫେସବୁକରେ ଲାଇଭ କରି ନିଜର ଗଳା କାଟିଲେ ଯୁବକ । ତେବେ ଏଭଳି ଏକ ଅଭାବନୀୟ ଘଟଣା ଉତ୍ତର ପ୍ରଦେଶର ମହାରାଜଗଞ୍ଜ ଜିଲ୍ଲାର ପୁରନ୍ଦରପୁର ଥାନା ଅନ୍ତର୍ଗତ ଭଗବାନପୁର ଅଞ୍ଚଳରେ ଘଟିଛି। ଜଣେ ଯୁବକ ଫେସବୁକରେ ଲାଇଭ ଆସି କଟରରେ ନିଜର ଗଳାକାଟି ଆତ୍ମହତ୍ୟା କରିଛନ୍ତି ।

ମୃତ ଯୁବକ ଜଣକ ତାଙ୍କ ଗାଁର ଜଣେ ଝିଅକୁ ଭଲ ପାଉଥିଲେ ଏବଂ ତାକୁ ବିବାହ କରିବାକୁ ଚାହୁଁଥିଲେ । କିନ୍ତୁ ତାଙ୍କର ସମ୍ପର୍କୀୟମାନେ ତାଙ୍କର ବିବାହ ଅନ୍ୟ ଜାଗାରେ ସ୍ଥିର କରି ଦେଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଫେସବୁକରେ ଲାଇଭ ଆସି ସେ ତାଙ୍କ ପ୍ରେମିକାଙ୍କର ସମ୍ପର୍କୀୟ ମାନଙ୍କ ନାମ ନେଇ ବହୁତ ଗାଳି ଗୁଲଜ କରିଥିଲେ ପରେ ନିଜର ଗଳା କାଟି ଦେଇଥିଲେ । ଏହି ସମୟରେ ଅନେକ ଲୋକ ତାଙ୍କୁ ଏପରି କରିବାକୁ ଅଟକାଇ ଥିଲେ ମଧ୍ୟ ସେ ଶୁଣି ନଥିଲେ । ବର୍ତ୍ତମାନ ଏହି ଘଟଣାଟି ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଆତ୍ମହତ୍ୟା ପଛର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନାହିଁ।

ଏନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ମୃତ ଦେହ ଉଦ୍ଧାର କରିବା ସହ ମାମଲାର ତଦନ୍ତ ଜାରି ରଖିଛନ୍ତି ।

Comments are closed.