Latest Odisha News

BREAKING NEWS

ଚନ୍ଦ୍ର ଗ୍ରହଣରେ ହେତୁବାଦୀ-ପରମ୍ପରାବାଦୀ ମୁହାଁମୁହିଁ ଘଟଣା, ୮ ଗିରଫ

ଭୁବନେଶ୍ୱର: ବିଜ୍ଞାନ, ବିଶ୍ୱାସକୁ ନେଇ ହେତୁବାଦୀ-ପରମ୍ପରାବାଦୀ ଖଣ୍ଡଯୁଦ୍ଧ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ବୁଧବାର ଖାରବେଳ ନଗର ଥାନା ପୋଲିସ ୮ ଜଣଙ୍କୁ ଗିରଫ କରିଛି । ହେତୁବାଦୀଙ୍କ ଉପରେ ବଳପୂର୍ବକ ଆକ୍ରମଣ ପାଇଁ ଗିରଫ କରିଛି ପୋଲିସ ।

ସୂଚନା ଅନୁସାରେ, ମଙ୍ଗଳବାର ଚନ୍ଦ୍ର ଗ୍ରହଣରେ ହେତୁବାଦୀ ଲୋହିଆ ଏକାଡେମୀରେ କାର୍ଯ୍ୟକ୍ରମ କରିଥିଲେ । ଯାହାକୁ ବିରୋଧ କରି ସେଠାରେ ପହଞ୍ଚିଥିଲେ ବଜରଙ୍ଗ ଦଳ କର୍ମକର୍ତ୍ତା ଓ ଅନ୍ୟ ପରମ୍ପରାବାଦୀ । ଚନ୍ଦ୍ର ଗ୍ରହଣ ସମୟରେ ହେତୁବାଦୀଙ୍କ ଆମିଷ ବିରିୟାନୀ କାର୍ଯ୍ୟକ୍ରମକୁ ନେଇ ଉଭୟ ଗୋଷ୍ଠୀ ମୁହାଁମୁହିଁ ପରେ ଚାପା ଉତ୍ତେଜନା ସଂଘର୍ଷରେ ପରିଣତ ହୋଇଥିଲା ।

କିଛି ଲୋକ ଢେଲାମାଡ଼ରେ ଆହତ ହୋଇଥିଲେ । ଲୋହିଆ ଏକାଡେମୀର ଝରକା କାଚ ଭାଙ୍ଗି ଯାଇଥିଲା । ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ମୃଦୁ ଲାଠି ଚାଳନା କରିଥିଲା ପୋଲିସ । ପରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆ ଯାଇଥିଲା । ସେହିଭଳି ସମାନ ଭାବେ ବ୍ରହ୍ମପୁରରେ ମଧ୍ୟ ହେତୁବାଦୀ ଓ ପରମ୍ପରାବାଦୀ ମୁହାଁମୁହିଁ ହୋଇଥିଲେ ।

Leave A Reply

Your email address will not be published.