- ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’
ଆସ୍ଥା, ଠିକ ଅଛି ମାମ୍ ମୋତେ ଜଣେଇବେ କହି ଫୋନ ରଖିଲା ବେଳକୁ ସମ୍ଭବ ସେପଟୁ ଗର୍ଜନକରି ,”କଣ ହେଲା ଜାତି ନାଇଁ ପାତି ନାଇଁ କିଏ ବୋଲି କିଏ, କହିଲ ବୋଲି ଘରକୁ ନେଇ ଆସିଲି ତା’ ବୋଲି ତୁମର ଏତେ ସାହସ ମୋର ବିନା ପର୍ମିସନରେ । ଯାହା ବି ହେଇଯାଉ ମୁଁ ତାକୁ ପାଠ ପଢେଇବି । ତୁମେ ସପୋର୍ଟ କର ବା ନ କର ।
ସମ୍ଭବ ଯାହାର ପାଟି କେବେ ବି ଘରେ ଶୁଭା ଯାଏନି, ସିଏ ଆଜି ପର ପିଲା ପାଇଁ !
ଆସ୍ଥା-ପାଟି ଫିଟାଉ ନଥିଲି ବୋଲି ଭାବିଥିଲ କି ଵୋକି ଅବା ଜାଡ଼ି ? ତୁମର ସମ୍ଭ୍ରାନ୍ତ ବ୍ୟବହାର ହିଁ ମୋତେ ମୁକ କରି ରଖିଥିଲା, ହେଲେ ତୁମର ଅସଭ୍ୟ ଅସାମାଜିକ କାରବାର ମୋତେ ଦୃଢ଼ ଆଉ ଶକ୍ତ କରିଦେଲା ମିଷ୍ଟର୍ ସମ୍ଭବ ରଥ ! ଏଥିପାଇଁ ତୁମକୁ ଯେତେ ଧନ୍ୟବାଦ ଦେଲେ ବି କମ୍ ହେବ । ମୋର ଯେଉଁ କାମ ଆଉ କଥା ପାଇଁ ତୁମର ଭଲପାଇବାର ସାନିଧ୍ୟ ପାଇଥିଲି ଆଜି ସେଗୁଡ଼ାକ ବାଜେ ଆଉ ଅଯଥା ହୋଇଯାଇଛି। ତୁମକୁ ଯାହା ଭଲ ଲାଗୁଛି ତୁମେ କରିଚାଲିଚ ତେଣୁ ମୋତେ ଯାହା ଭଲ ଲାଗିବ ମୁଁ କରିବି।
ଦୁହିଁଙ୍କ ଭିତରେ ଆଜି ପର୍ଯ୍ୟନ୍ତ ଏମିତିକା ଯୁକ୍ତି ତର୍କ, ପାଟି ତୁଣ୍ଡ କେବେବି ହେଇନଥିଲା । ସ୍ୱାମୀ ସ୍ତ୍ରୀ ଭିତରେ ଏମିତି ମଝିରେ ମଝିରେ କଳି ତକରାଳ ହୁଏ ପୁଣି ସମାଧାନ ହୋଇଯାଏ । ତା’ପରେ ସମ୍ପର୍କଟା ଗାଢ଼ ହୁଏ, ମଧୁରତା ବଢ଼େ । ସେମିତି କେତେ ଥର ହେଇଛି …..କିନ୍ତୁ ଆସ୍ଥାର ଏଭଳି ରୂପ ! ସମ୍ଭବଙ୍କ ପକ୍ଷେ ଅବିଶ୍ୱାସନୀୟ ଥିଲା !
ପରିସ୍ଥିତି ଜଟିଳରୁ ଜଟିଳତର ଆଡ଼କୁ ମୁହାଁଇଲା ବେଳକୁ ଷ୍ଟଡ଼ି ରୁମରୁ ଫୋନ ରିଂ ହେବାର ଶୁଣାଗଲା ।ସ୍ୱୟଂ ଦଉଡ଼ି ଆସି ଆସ୍ଥା ହାତକୁ ଫୋନଟା ବଢ଼େଇଦେଇ ମାମା ତୁମ ଫୋନ ଥରେ ରିଂ ହେଇ କଟି ଯାଇଛି ନିଅ । ସ୍ୱୟଂ ହାତରୁ ଫୋନଟା ଆଣୁ ଆଣୁ ପୁଣି ଥରେ ରିଂ ଟୋନ୍ ବାଜିଲା…. ପ୍ଲିଜ ରିସିଭ୍ ଇଓର କଲ୍ ।
କ୍ରମଶଃ
Comments are closed.