Latest Odisha News

BREAKING NEWS

ଟ୍ରାଫିକ୍ ଉଲ୍ଲଂଘନକାରୀଙ୍କ ବିରୋଧରେ ପୁଣି ଆରମ୍ଭ ହେଲା ସ୍ୱତନ୍ତ୍ର କାର୍ଯ୍ୟାନୁଷ୍ଠାନ ଅଭିଯାନ

କଟକ: ଟ୍ରାଫିକ୍‌ ଉଲ୍ଲଂଘନକାରୀଙ୍କ ବିରୋଧରେ ପୁଣି ଅଭିଯାନ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ବ୍ୟାପକ ଭାବେ ଗାଡ଼ି ଯାଞ୍ଚ୍ କରାଯିବା ସହ ବିନା ଡ୍ରାଇଭିଂ ତଥା ଅବୈଧ ଲାଇସେନ୍ସଧାରୀଙ୍କ ବିରୋଧରେ ବିଶେଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ଅଭିଯାନ ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ) ପକ୍ଷରୁ ଘୋଷଣା କରାଯାଇଛି ।

ଏହି ସ୍ୱତନ୍ତ୍ର ଅଭିଯାନ ସମୟରେ ବିଶେଷ ଭାବରେ ଟ୍ରାକ୍ଟର, ହାଇୱା, ଡମ୍ପର ଓ ଟିପ୍ପର୍‌ ଗୁଡ଼ିକୁ ଯାଞ୍ଚ କରାଯିବ । ଏନେଇ ରାଜ୍ୟର ସମସ୍ତ ଆରଟିଓଙ୍କୁ ମଧ୍ୟ ଚିଠି ଲେଖାଯାଇଛି ।

ଗଲା ମାର୍ଚ୍ଚ ମାସ ୨୧ ତାରିଖରୁ ଏପ୍ରିଲ ୧୦ ଯାଏଁ ରାଜ୍ୟବ୍ୟାପୀ ସଡ଼କ ସୁରକ୍ଷା ବିଶେଷ ଅଭିଯାନ କରାଯାଇଥିଲା । ଏହି ଅବଧି ଭିତରେ ଅନେକ ସଂଖ୍ୟାରେ ଗାଡ଼ି ଚାଳକ ଡ୍ରାଇଭିଂ ଲାଇସେନ୍ସ ବିନା ଗାଡ଼ି ଚଳାଉଥିବା ଦେଖିବାକୁ ମିଳିଥିଲା । ଏଥିସହ ଅନେକ ହାଲୁକା ଯାନ ଲାଇସେନ୍ସରେ ଭାରୀଯାନ ମଧ୍ୟ ଚଳାଉଥିଲେ । ଏଭଳି ଲାଇସେନ୍ସଧାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ସଡ଼କ ଦୁର୍ଘଟଣା ପାଇଁ ଏମାନେ ମୁଖ୍ୟ କାରଣ ସାଜିଥିଲେ ।

Leave A Reply

Your email address will not be published.