Latest Odisha News

BREAKING NEWS

ଗଙ୍ଗୁବାଇ ଲୁକରେ ରାମ୍ପରେ ଚାଲିଲେ ମଡେଲ

ନୂଆଦିଲ୍ଲୀ : ବଲିଉଡର ସୁନ୍ଦରୀ ଆଲିଆ ଭଟ୍ଟ। କେବଳ ଦେଶରେ ନୂହେଁ ବିଦେଶରେ ମଧ୍ୟ ତାଙ୍କ ଲୁକ୍‌କୁ ପସନ୍ଦ କରିଛନ୍ତି ପ୍ରଶଂସକ। ଆଲିଆ ଭଟ୍ଟଙ୍କର ବିଦେଶରେ ବି ବହୁତ ଫ୍ୟାନ୍ସ ରହିଛନ୍ତି । ତାଙ୍କର ଅଭିନୟ ଏତେ ଦମଦାର ଯେ ତାଙ୍କର ଗୋଟିଏ ଗୋଟିଏ ଡାଏଲଗ୍‌ ଫ୍ୟାନ୍ସଙ୍କର ମନେ ରହିଯାଏ । ଆଲିଆଙ୍କର ସୁପରହିଟ୍ ଫିଲ୍ମ ଗଙ୍ଗୁବାଇ କାଠିଆଓ୍ୱାଡି ସମସ୍ତଙ୍କ ମନକୁ ଛୁଇଁଯାଇଥିଲା । ବିଶେଷ କରି ତାଙ୍କର ଗଙ୍ଗୁବାଇ ଲୁକ, ଯାହାକି ଲୋକଙ୍କ ମନରେ ଏବେବି ରହିଛି । କେବଳ ଦେଶରେ ନୁହେଁ ବିଦେଶରେ ବି ଏହି ଲୁକର ବେଶ ଚର୍ଚ୍ଚା ରହିଛି ।

ଏମିତି କିଛି ଦେଖିବାକୁ ମିଳିଛି ମାଲେସିଆରେ । ଗଙ୍ଗୁବାଇ ଗେଟଅପ୍‌ରେ ଧଳା ଶାଢୀ, ଲାଲ ବଡ ବିନ୍ଦି, କଳା ଚଷମା, କୁଞ୍ଚୁ କୁଞ୍ଚିଆ ଚୁଟିର ଖୋସା ଏବଂ ସେହି ଖୋସାରେ ଲାଲ ଗୋଲାପ ଫୁଲରେ ସଜେଇ ହୋଇ ରାମ୍ପଓ୍ୱାକ କରିଛନ୍ତି ମଡେଲ ମାନେ। ମାଲେସିଆର ନର୍ଥନ୍ ହର୍ଟ କୋଚର ଫ୍ୟାସନ ଶୋ’ ୨୦୨୨ରେ ଗଙ୍ଗୁବାଇ ଲୁକରେ ରାମ୍ପଓ୍ୱକ କରିଥିବା ନଜର ଆସିଛି । ଯଦିଓ ମଡେଲମାନେ ଶାଢି ବଦଳରେ ଗାଉନ ପିନ୍ଧିଥିଲେ, କିନ୍ତୁ ତାଙ୍କର ଲୁକରୁ ଜଣାପଡୁଥିଲା ଯେ ସେମାନଙ୍କର ଲୁକ୍‌ ଗଙ୍ଗୁବାଇ ପରି ଦେଖାଯାଉଥିଲା । ମଡେଲମାନଙ୍କର ଏହି ଲୁକ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଏହି ଫଟୋ ଗୁଡିକୁ ମିସ ଷ୍ଟାର ମାଲେସିଆ ସେୟାର କରି ଆଲିଆଙ୍କ ଡାଇଲଗ୍, “ସମ୍ନାନର ସହିତ ବଞ୍ଚିବା, କାହାକୁ ଡରିବାର ନାହିଁ” ଲେଖିଛନ୍ତି । କ୍ୟାପସନରେ ମଡେଲ ଦ୍ୱାରା ଲିଖିତ ଏହି ଲାଇନ ଆଲିଆ ଭଟ୍ଟଙ୍କ ଚଳଚ୍ଚିତ୍ର ଗଙ୍ଗୁବାଇର ଏକ ଡାଏଲଗ୍‌ | ଏହି ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ ସେକ୍ସ କର୍ମୀ ଗଙ୍ଗୁବାଇ କାଠିଆୱାଡିଙ୍କ ଜୀବନୀ ଉପରେ ଆଧାରିତ ଏହି ଅଭିନେତ୍ରୀଙ୍କ ଫିଲ୍ମ ଚଳିତ ବର୍ଷ ମୁକ୍ତିଲାଭ କରିଥିଲା, ଯାହା ଦର୍ଶକଙ୍କ ଖୁବ୍ ପ୍ରତିକ୍ରିୟା ପାଇଥିଲା। ଏଥି ସହିତ ଫିଲ୍ମରେ ଆଲିଆଙ୍କ ଅଭିନୟକୁ ସମସ୍ତେ ବେଶ୍‌ ପ୍ରଶଂସା କରିଥିଲେ।

Comments are closed.