Latest Odisha News

BREAKING NEWS

ରଥଯାତ୍ରା ଦେଖୁଥିବା ବେଳେ ଭୁଷୁଡ଼ି ପଡ଼ିଲା ସିଡ଼ି: ୧୦ ଛାତ୍ରଛାତ୍ରୀ ଆହତ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର ବ୍ଲକ ଟିକିରି ଗ୍ରାମର ସରକାରୀ ଉଚ୍ଚ ବିଦ୍ୟାଳୟରେ ଘଟି ଯାଇଛି ଏକ ଦୁଃଖଦ ଘଟଣା । ସ୍କୁଲ ଘର ସିଡ଼ି ଭୁଶୁଡି ଆହତ ହୋଇଛନ୍ତି ୧୦ ଛାତ୍ରଛାତ୍ରୀ ।

ମିଳିଥିବା ସୂଚନା ଅନୁଯାୟୀ କିଛି ପିଲା ସ୍କୁଲ ଘର ସିଡ଼ିରେ ଚଢ଼ି ଗାଁରେ ହେଉଥିବା ବହୁଡାଯାତ୍ରା ଦେଖୁଥିଲେ । ଏହି ସମୟରେ ସିଡ଼ିଟି ଭୁଶୁଡି ପଡିଥିଲା । ଫଳରେ ୧୦ଜଣ ଛାତ୍ରଛାତ୍ରୀ ତଳେ ପଡି ଯାଇଥିଲେ ।

ତୁରନ୍ତ ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କୋରାପୁଟର ଶହୀଦ ଲକ୍ଷଣ ନାୟକ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରା ଯାଇଥିବା ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.