Latest Odisha News

କବିତା : ଧନ୍ୟରେ ସନ୍ତାନ

ବିଳାସିନୀ ପୃଷ୍ଟି

ଜନନୀ ଜଠରେ ଦଶମାସ ଧରି
ଭୂମିରେ ଦେଲେ ଭୂମିଷ୍ଠ
ପ୍ରଥମେ ବସୁଧା ଛୁଇଁଲୁ ଯେବେତୁ
ମା’ ଭୁଲିଲା ମାତୃତ୍ଵ କଷ୍ଟ।

କେତେ କଷ୍ଟ ସହି ତୁମ ଓଠେ ହସ
ପିତା ତୁମ ବାଣ୍ଟି ଦେଲେ
ନିତି ଅଳି ଅର୍ଦ୍ଦଳି ସହ୍ୟ କରିଣ
ସେ ଛୋଟରୁ ବଡ଼ କରିଲେ ।

ବାଲ୍ୟାବସ୍ଥା ଗଲା ଶୈଶବ ବିତିଲା
କୈଶୋରଟି ଉପଗତ
ସମାଜେ ପ୍ରଥମେ ପ୍ରତିଷ୍ଠା ନିମନ୍ତେ
ପିତା ତୁମ ଯେ ଚିନ୍ତିତ।

ପିତା ମାତାଙ୍କର ସମୟ ସରଇ
ସାହାରା ଲୋଡ଼ିଲା ବେଳେ
ରୋକ୍ ଠୋକ୍ କଥା ସମାଜ କହଇ
ପକ୍ବ ହେଲେ ପଡେ ତଳେ ।

ପିତା ମାତା ତାଙ୍କ କର୍ତ୍ତବ୍ୟ କରିଣ
ସମାଜେ ପ୍ରତିଷ୍ଠା କଲେ
ପୁତ୍ର କନ୍ୟା ଆଜି ସମାଜେ ଏମିତି
ୠଣ ଦିନେ ନ ସୁଝିଲେ।

ନିଜ ସ୍ୱାର୍ଥ ପଛେ ଧାଇଁଛନ୍ତି ନିତି
ସମୟ କା ପାଖେ ନାହିଁ
ଯେଉଁ ପିତା ମାତା ଜିବଦାନ ଦେଲେ
ପ୍ରଥମେ ତାଙ୍କୁ ଭୁଲ ହିଁ।

ଚାଲିଗଲା ପରେ ଭୋଜି ଭାତ ଦେଇ
କରୁଛ ଗୁଣ କୀର୍ତ୍ତନ
ବଞ୍ଚିଥିବା ବେଳେ ଭାବିଲନି ଦିନେ
ସବୁ ତ ତାଙ୍କରି ଦାନ।

ଭୁବନ, ଢେଙ୍କାନାଳ

Comments are closed.