Latest Odisha News

BREAKING NEWS

ରାଜଧାନୀରେ ବିଦ୍ୟୁତ୍‌ କାଟ ନେଇ ବିଳମ୍ବିତ ରାତିରେ ଉତ୍ତେଜନା

ଭୁବନେଶ୍ବର: ରାଜ୍ୟରେ ଅସହ୍ୟ ଗରମ ସାଙ୍ଗକୁ ବିଦ୍ୟୁତ କାଟ ସାଧାରଣ ଲୋକଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିଛି। ବିଦ୍ୟୁତ କାଟକୁ ନେଇ ରାଜଧାନୀ ଭୁବନେଶ୍ବରରେ ଉତ୍ତେଜନା। ଭରତପୁର ଅଞ୍ଚଳରେ ବିଳମ୍ବିତ ରାତିରେ ଏଭଳି ପରିସ୍ଥିତି ଦେଖାଯାଇଛି। ଉତ୍ତେଜିତ ଲୋକମାନେ ସେକ୍ସନ ବିଦ୍ୟୁତ ଅଫିସ ଭିତରକୁ ପଶି ବିରୋଧ କରିଛନ୍ତି। ଭରତପୁର ଅଞ୍ଚଳରେ ବୁଧୁବାର ରାତିରୁ ବିଦ୍ୟୁତ କାଟ ହୋଇଥିବା ସତ୍ତ୍ୱେ ପୁନଃ ବିଦ୍ୟୁତ ସଂଯୋଗର ନାଁ ନେଉନାହିଁ। ଫୋନ ଯୋଗେ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନହେବାରୁ ଗୁରୁବାର ଦିନରେ ସେକ୍ସନ ବିଦ୍ୟୁତ ଅଫିସରେ ପହଞ୍ଚିଥିଲେ ଶତାଧିକ ସ୍ଥାନୀୟ ଲୋକେ।

ପରେ କିଛି ସମୟ ପାଇଁ କରେଣ୍ଟ ଆସିଲା ତାପରେ ପୁଣି ବିଦ୍ୟୁତ୍ କାଟ ହେଲା। ଯାହାକୁ ନେଇ ରାତି ଅଧରେ ପୁଣି ସେକ୍ସନ ବିଦ୍ୟୁତ ଅଫିସ ରେ ପହଞ୍ଚିଥିଲେ ଶତାଧିକ ସ୍ଥାନୀୟ ଲୋକ। ହେଲେ ଅଫିସ୍ ଏସି ଲାଗିଥିଲା ସତ ହେଲେ କେହି ବିଦ୍ୟୁତ ବିଭାଗର କର୍ମଚାରୀ ନଥିଲେ। ଏମିତିକି ଜେଇ ଫୋନ୍ ସ୍ଵିଚ ଅଫ କରି ଦେଇଥିଲେ। ଏନେଇ ଲୋକ ମାନେ ହୋ ହାହ୍ଲା କରିବା ସହ ଇଲେକ୍ଟ୍ରି ଅଫିସରେ ବସି ରହିଥିଲେ।

Comments are closed.