Latest Odisha News

BREAKING NEWS

ନଦୀ ପଠାରେ ଚାଲିଥିଲା ଚୋରା ବାଲି ଚାଲାଣ, ମାଡି ବସିଲା ପୋଲିସ ଫୋର୍ସ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ କଲ୍ୟାଣପୁର ନିକଟ କୁଆଖାଇ ନଦୀ ପଠାରେ ଚାଲିଥିଲା ଚୋରା ବାଲି ଚାଲାଣ। ମାଡି ବସିଲା ପୋଲିସ ଫୋର୍ସ। ବାଲି ମାଫିଆମାନେ କୋଟି କୋଟି ଟଙ୍କାର ରାଜସ୍ୱ ଲୁଟି ନେଉଥିବା ବେଳେ ଭୁବନେଶ୍ଵର ଜୋନ୍ ୪ ଏସିପିଙ୍କ ତତ୍ତ୍ଵାବଧାନରେ ପୋଲିସ ଫୋର୍ସ ସହିତ ବାଲି ଘାଟରେ ପହଞ୍ଚି ରାତି ଅଧିଆ ଅତର୍କିତ ଚଢାଉ କରାଯାଇଛି। ୩ଟି ଜେସିବି ମେସିନ ଲଗାଇ ବାଲି ତାଡି ଲଦି ନେଇଥିବା ବେଳେ ୨୫ରୁ ଉର୍ଦ୍ଧ୍ଵ ହଇୱା ଟ୍ରକ, ଜେସିବି ମେସିନ ଜବତ କରିଛି ପୋଲିସ।

ଭୁବନେଶ୍ଵର ଜନ୍ ୪ ଏସିପିଙ୍କ ତତ୍ବାବଧାନରେ ୨ ପ୍ଳାଟୁନ ଫୋର୍ସ ଓ ଦୁଇ ସେକସନ ଫୋର୍ସଙ୍କ ସମେତ ଭୁବନେଶ୍ଵର ଜୋନ୍ ୪ର ସମସ୍ତ ଆଇଆଇସି, ପୋଲିସ କର୍ମଚାରୀ ଚଢାଉରେ ସାମିଲ ଅଛନ୍ତି। ପୋଲିସ ଚଢାଉ କଥା ଜାଣିପାରି ଗାଡି ଚାଳକ ଓ ମାଫିଆ ଗାଡି ଲକ କରି ଛାଡି ଫେରାର ହୋଇଯାଇଛନ୍ତି। ଗୋଟି ଗୋଟି କରି କାଚ଼ ଭାଙ୍ଗି ଲକ କାଟି ଗାଡି ସବୁକୁ ଟାଣି ନେଲା କମିଶନରେଟ ପୋଲିସ। କିଛି ମାଲିକ ଆସି ପୋଲିସ ଜିମାରେ ଚାବି ଦେବାରୁ ସେମାନଙ୍କ ଗାଡିକୁ ପୋଲିସ କବଜାକୁ ନେଇଛି।

Comments are closed.