Latest Odisha News

ପଦ୍ମପୁର ପାଇଁ ପ୍ରଦୀପ ପୁରୋହିତ ବିଜେପି ପ୍ରାର୍ଥୀ

ଭୁବନେଶ୍ୱର : ଜୋର ଧରିଲାଣି ପଦ୍ମପୁର ବିଧାନସଭା ଉପନିର୍ବାଚନ ତାତି । ବିଜେପି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ । ଦଳ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ଘୋଷଣା ହୋଇଛି । ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା ବାକି ରହିଛି ।

୨୦୧୪ ରେ ପ୍ରଦୀପ ପଦ୍ମପୁର ଆସନରୁ ୪୫୧୩ ଭୋଟରେ ବିଜୟୀ ହୋଇଥିଲେ । ୨୦୧୯ରେ ବିଜୟ ରଞ୍ଜନ ସିଂ ବରିହାଙ୍କ ଠାରୁ ସେ ୫୭୩୪ ଭୋଟ୍ ରେ ପରାସ୍ତ ହୋଇଥିଲେ । ଡିସେମ୍ୱର ୫ ତାରିଖରେ ପଦ୍ମପୁର ଆସନ ପାଇଁ ଉପନିର୍ବାଚନ ହେବ । ଡିସେମ୍ୱର ୮ ତାରିଖରେ ଫଳାଫଳ ଘୋଷଣା ହେବ । ଅକ୍ଟୋବର ୩ ତାରିଖରେ ବିଜୟ ରଞ୍ଜନ ସିଂ ବରିହାଙ୍କ ମୃତ୍ୟୁ ପରେ ଏହି ସ୍ଥାନ ଖାଲି ରହିଛି ।

ପଦ୍ମପୁରରେ ଗଡ ବଞ୍ଚାଇ ରଖିବାକୁ ବିଜେଡି ଯୁବନେତାଙ୍କ ପରିବର୍ତ୍ତେ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇଛି । ପ୍ରସନ୍ନ ଆଚାର୍ଯ୍ୟ ଓ  ସୁଶାନ୍ତ ସିଂ ରଣନୀତି ପ୍ରସ୍ତୁତ କରୁଥିବା ବେଳେ ନବ ଦାସ, ନିରଞ୍ଜନ ପୂଜାରୀ, ସରୋଜ ମେହେର, ପୁଷ୍ପେନ୍ଦ୍ର ସିଂ ଦେଓ, ରାଜେନ୍ଦ୍ର ଢୋଲକିଆ, ସ୍ନେହାଙ୍ଗିନୀ ଛୁରିଆ, ଟୁକୁନି ସାହୁ, ରିତା ସାହୁ ପ୍ରମୁଖ ପ୍ରଚାରର ମଙ୍ଗ ଧରିବେ ।

Leave A Reply

Your email address will not be published.