ବ୍ରହ୍ମପୁର: ଜନଔଷଧି କେନ୍ଦ୍ର ଖୋଲିବାକୁ ବ୍ରହ୍ମପୁରର ଜଣେ ବ୍ୟକ୍ତିଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ(କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ) ହାତରେ ଧରାପଡ଼ିଛନ୍ତି ଫାର୍ମାସିଟିକାଲ ଆଣ୍ଡ୍ ମେଡିକାଲ ଡିଭାଇସେସ୍ ବ୍ୟୁରୋ ଅଫ୍ ଇଣ୍ଡିଆର ମାର୍କେଟିଂ ଅଫିସର ସ୍ବରୂପ ପଣ୍ଡା। ସୋମବାର ସିବିଆଇର ଏକ ସ୍ବତନ୍ତ୍ର ଦଳ ବ୍ରହ୍ମପୁର ସହର ହରେକ୍ରିଷ୍ଣାନଗରରୁ ସୂରୂପଙ୍କୁ କାବୁ କରିଛି। ବର୍ତ୍ତମାନ ସୁଦ୍ଧା ସ୍ବରୂପଙ୍କ ଘରେ ଚଢଉ ଚାଲିଛି।
ମିଳିଥିବା ସୂଚନାପ୍ରକାରେ, କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ଯୋଜନାରେ ବ୍ରହ୍ମପୁରରେ ଏକ ଜନଔଷଧି କେନ୍ଦ୍ର ଖୋଲିବାକୁ ଏନ.ଦିବାକର ନାମକ ଜଣେ ବ୍ୟକ୍ତି ଆବେଦନ କରିଥିଲେ। ଜନଔଷଧି କେନ୍ଦ୍ର ଖୋଲିବା ଓ ତତ୍ ସମ୍ପର୍କିତ କାଗଜପତ୍ର ଯାଞ୍ଚ କରିବାକୁ ଫାର୍ମାସିଟିକାଲ ଆଣ୍ଡ୍ ମେଡିକାଲ ଡିଭାଇସେସ୍ ବ୍ୟୁରୋ ଅଫ୍ ଇଣ୍ଡିଆକୁ ଦାୟିତ୍ବ ଦିଆଯାଇଛି। ସେହିକ୍ରମରେ ଦିବାକର ଆବଶ୍ୟକୀୟ କାଗଜପତ୍ର ସହ ଏକ କେନ୍ଦ୍ର ଖୋଲିବା ପାଇଁ ଆବେଦନ କରିଥିଲେ। ମାର୍କେଟିଂ ଅଫିସର ସ୍ବରୂପ ପଣ୍ଡା ନୂତନ କେନ୍ଦ୍ର ଖୋଲିବା ସହ କାଗଜପତ୍ର ଯାଞ୍ଚ ଦାୟିତ୍ବରେ ରହିଥିବାରୁ ସେ ନୂତନ କେନ୍ଦ୍ର ପାଇଁ ଦିବାକରଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହୋଇ ଦିବାକର ୧୫ହଜାର ଟଙ୍କା ଦେବେ ବୋଲି କହିଥିଲେ। ହେଲେ ଲାଞ୍ଚ ଟଙ୍କା ଦେବା ପୂର୍ବରୁ ଦିବାକର ଏହି ବେଆଇନ କାରବାର ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ସିବିଆଇ ନିକଟରେ ଅଭିଯୋଗ କରିଥିଲେ। ସେହିକ୍ରମରେ ସିବିଆଇର ଜଣେ ଡିଏସପିଙ୍କ ସହ ଅନ୍ୟ ଅଧିକାରୀଙ୍କୁ ନେଇ ଗଠିତ ଟିମ ଗତକାଲି ଠାରୁ ବ୍ରହ୍ମପୁରରେ ଆସି ରହିଥିଲେ। ସୋମବାର ସନ୍ଧ୍ୟାରେ ହରେକ୍ରିଷ୍ଣାନଗର ଠାରେ ଏକ ପଡିଆ ନିକଟରେ ଦିବାକରଙ୍କ ଠାରୁ ୧୫ ହଜାର ଟଙ୍କା ନେଉଥିବା ବେଳେ ସିବିଆଇ ଅଧିକାରୀମାନେ ସ୍ବରୂପଙ୍କୁ କାବୁ କରିଥିଲେ। ଲାଞ୍ଚ ଟଙ୍କା ସହ ସ୍ବରୂପଙ୍କ କାବୁ କରିବା ପରେ ସିବିଆଇ ପକ୍ଷରୁ ଦିବାକରଙ୍କ ବାସଭବନରେ ଚଢଉ କରାଯାଇଥିଲା। ସେଠାରୁ ଜନଔଷଧି ଆବେଦନ ସମ୍ପର୍କିତ କିଛି କାଗଜପତ୍ର ଜବତ କରାଯାଇଥିଲା। ସ୍ବରୁପଙ୍କ ପୂର୍ବରୁ ଅନେକ ଔଷଧ ଦୋକାନୀଙ୍କ ଠାରୁ ଏଭଳି ଲାଞ୍ଚ ନେଇଥିବା ସମ୍ପର୍କରେ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ ହୋଇଥିବା ଦିବାକର କହିଛନ୍ତି।
BREAKING NEWS
- ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବ ଉଦ୍ଘାଟିତ; ୩୫୦ ନୃତ୍ୟଶିଳ୍ପୀଙ୍କ ଅଂଶଗ୍ରହଣ, ଭାରତ ବାହାରୁ ୧୫…
- ସ୍ୱତନ୍ତ୍ର ଚଢ଼ାଉ ଅଭିଯାନର ୫ମ ଓ ୬ଷ୍ଠ ଦିନରେ ୪୨୧ ମାମଲା ରୁଜୁ,୨.୧୭ କୋଟି ମୂଲ୍ୟର…
- ଚଳିତ ମାସରୁ SOG ଯବାନ ଓ ଅଫିସରଙ୍କ Risk Allowance ହେଲା ବୃଦ୍ଧି
- ଆତଙ୍କବାଦ ଉପରେ ‘୩୬୦-ଡିଗ୍ରୀ’ପ୍ରହାର ପାଇଁ ପ୍ରସ୍ତୁତ:ଅମିତ ଶାହ
- ବାହାର ରାଜ୍ୟର ଧାନ ଗାଡି ଉପରେ ନଜର, ବିଭିନ୍ନ ଜିଲ୍ଲାରେ ଏନଫୋର୍ସମେଣ୍ଟ ଟିମ ନିଯୁକ୍ତ
- “ଓଡ଼ିଶାର ସର୍ବବୃହତ ଆଉଟଲାଇନ୍ ମାନଚିତ୍ର” ସୃଷ୍ଟି କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ କଲା ସରକାରୀ ପଲିଟେକ୍ନିକ୍ କଲେଜ
- ବିପ୍ଳବୀ ଧରଣୀ ଧରଙ୍କ ପ୍ରତିମୂର୍ତ୍ତି ଅନାବରଣ କଲେ ମୁଖ୍ୟମନ୍ତ୍ରୀ, କହିଲେ କଥା ଦେଇ, କଥା ରଖିଲି…
- ଧାନ ଇନପୁଟ୍ ସହାୟତା ଚାଷୀଙ୍କ ମନୋବଳ ବଢ଼ାଇଛି, ଚାଷ ପ୍ରତି ଆଗ୍ରହ ବଢ଼ିଛି-ମୁଖ୍ୟମନ୍ତ୍ରୀ
- ବିଆଇପିଏଫ୍ ପକ୍ଷରୁ ପ୍ରଫେସର୍ ଘନଶ୍ୟାମ ଦାଶ ଛାତ୍ରବୃତ୍ତି ୨୦୨୫-୨୬ ର ବିଜେତା ସମ୍ମାନିତ
- Maoist Free: ମାର୍ଚ୍ଚ ସୁଦ୍ଧା ମାଓମୁକ୍ତ ହେବ ଓଡ଼ିଶା: ଏଡିଜି
Comments are closed.