Latest Odisha News

BREAKING NEWS

ବେଳାଭୂମିରେ ଅବସରପ୍ରାପ୍ତ ସେନାଧିକାରୀଙ୍କ ସଫେଇ

ପୁରୀ : ବେଳାଭୂମିରେ ଚାଲିଛି ସଫେଇ କାର୍ଯ୍ୟ  । ଏହି ସଫେଇ କାର୍ଯ୍ୟ କରୁଛନ୍ତି ଅବସରପ୍ରାପ୍ତ ସେନାଧିକାରୀ । ଜଣେ ସେନା ଜୀବନରେ କେବେ ଛୁଟି ନଥାଏ ଏକଥାକୁ ପ୍ରମାଣିତ କରି ଦେଖାଇଛନ୍ତି ଅବସରପ୍ରାପ୍ତ ସେନାଧିକାରୀ ମାନେ । ଜଣେ ସେନା ସମାଜ ସେବାକୁ ନିଜ ବ୍ରତ ଭାବି କର୍ତ୍ତବ୍ୟ ସମ୍ପାଦନ କରିଥାଏ  । ତେବେ ଏହାରି ଭିତରେ କିଛି ଅବସରପ୍ରାପ୍ତ ସେନାଧିକାରୀ ରାମକୃଷ୍ଣ ମଠ ସନ୍ନିକଟ ବେଳାଭୂମିରେ ଏକ ସ୍ବେଚ୍ଛାସେବୀ ଭାବରେ ସଫେଇ କାର୍ଯ୍ୟ କରୁଥିବା ଦୃଶ୍ୟ ସାମ୍ନାକୁ ଆସିଛି  ।

ଚାକିରୀ ସମୟରେ ଯେମିତି ଶୃଙ୍ଖଳାରେ ସେମାନେ ନିଜର ଦାୟୀତ୍ୱ ନିର୍ବାହ କରୁଥିଲେ,ଠିକ ସେମିତି ଆଜି ବି ସେମାନେ ଶୃଙ୍ଖଳିତ ଓ ସଙ୍ଗଠିତ ଭାବେ କାର୍ଯ୍ୟ ସମ୍ପାଦନ କରିଛନ୍ତି । ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ସେମାନେ ବେଳାଭୂମିରେ ସଫେଇ ଜାରି ରଖିଛନ୍ତି ।ଏକ୍ସ ସର୍ଭିସ ମ୍ୟାନ କଣ୍ଟ୍ରିବୁଟୋରି ହେଲଥ ସ୍କିମ (ECHS) ଆନୁକୂଲ୍ୟରେ ଏବଂ INS ଚିଲିକାର ସହଯୋଗର ଏବଂ ପୁରୀ ଜିଲ୍ଲା ଏକ୍ସ ସର୍ଭିସମ୍ୟାନ ସର୍ଭିସେସ ଲିଗର ସଦସ୍ୟମାନଙ୍କ ସହ ଏହି କାର୍ଯ୍ୟକ୍ରମ ସମାଜକୁ ଏକ ସୁନ୍ଦର ବାର୍ତ୍ତା ଦେବାରେ ସହାୟକ ହେଉଛି ।

ସାଧାରଣ ଜନତାଙ୍କୁ ସ୍ଵଛତାର ବାର୍ତ୍ତା ଦେବା ସହ ଏହାର ଉପକାରୀତା ଓ ଆବଶ୍ୟକତା ଉପରେ ଅବଲୋକନ କରି ଏହି ସେନାଧିକାରୀ ମାନେ ସମାଜର କର୍ତ୍ତବ୍ୟନିଷ୍ଠ ନାଗରିକ ହିସାବରେ ନିଜ ଦାୟୀତ୍ୱ ତୁଲାଇ ଆସୁଛନ୍ତି ।

Comments are closed.