Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୭୩)

8ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’

ହଁ, ଆଉ ଗୋଟିଏ କଥା ,ମାଟିରେ ଜନ୍ମ ମାଟିରେ ପାଦ ଥୋଇ ବି ଆକାଶର ନିଳିମାକୁ ମାଖି ହେବାର ଇଚ୍ଛା, ସମୁଦ୍ରର ଘେର ଭିତରେ ଥାଇ ବି ଅମୃତର ସ୍ୱାଦ ଚାଖିବାର ଇଚ୍ଛାକୁ ପିଲାଟି ଦିନରୁ ମୋ ଭିତରେ ପାଳି ଆସୁଛି । ଏଥିପାଇଁ ମୋତେ କେତେ କେତେ ଦିନ କେତେ କେତେ ରାତିର ତ୍ୟାଗ ତିତୀକ୍ଷା ଆଉ ସମର୍ପଣ କଥା ,କେହି ନ ଜାଣିଲେ ବି ଯିଏ ଦିନ ରାତି କରୁଚି ସେ ଜାଣିଛି । ଆଉ ତୁମଠାରୁ …… ଫୋନ ଧରିଲେ ସନ୍ଦେହ ,କାହା ସାଙ୍ଗରେ କଥା ହେଲେ ସନ୍ଦେହ,ଉଠିଲେ ବସିଲେ ହସିଲେ ସବୁଥିରେ ତୁମର ରାଗ ,ତାଡନା ଆଉ ଲାଂଚ୍ଛନା ! ଏସବୁକୁ ପୁଞ୍ଜି କରି ମୁଁ ମୋ ଚାରିପଟେ ଗୋଟେ ଶକ୍ତ , ମୋଟା ଆଉ ସୁନ୍ଦର ବଳୟଟେ ସୃଷ୍ଟି କରି ସାରିଚି ! ତେଣୁ ମୋର ଆଉ କୋଉଥିରେ ଦୁଃଖ ନାହିଁ ,ଯିଏ ଯାହା କହୁଚି କହୁ ।

ରାତି ଅନେକ ହେଲାଣି …ଖୁବ ହାଲିଆ ବିଛଣାକୁ ଯାଉଛି । ରାତି ପାହିଲେ ପୁଣି ଅନେକ କାମ …

ସମ୍ଭବ ସେମିତି ମୁଣ୍ଡକୁ ତଳକୁ କରି ବସିରହିଥାନ୍ତି …ଆଉ ! ସମୟର ପିଛିଲା ପୃଷ୍ଠାରୁ କିଛି ଓଲଟାଇ ନିଜକୁ ତର୍ଜମା କରି ଚାଲିଥାନ୍ତି ।

ଠିକ ଏତିକି ବେଳକୁ ସୁରେଖା ତା ବେଡ଼୍ ରୁମ ଭିତରୁ ତୀର ବେଗରେ ଛୁଟି ଆସିଥିଲା ଡ୍ରଇଂ ରୁମକୁ ଆସି ଆସ୍ଥାକୁ କୁଣ୍ଡେଇ ପକେଇ କାନ୍ଦି ପକେଇଥିଲା !

କ’ଣ ହେଲା କହିବୁ ନା ଏମିତି କାନ୍ଦୁଥିବୁ । ସୁରେଖା ମାଆ ଏଇ ଆନ୍ତର୍ଜାତିକ ମହିଳା ଦିବସରେ ବେଷ୍ଟ ସଂସ୍କୃତ ଅଧ୍ୟାପକ ଭାବରେ ମନୋନୀତ କରାଯାଇଛି ଏବଂ ଏହାକୁ ଖୋଦ ରାଜ୍ୟପାଳ ମୋତେ ଗୋଲ୍ଡ଼ମେଡ଼ାଲ୍ ପ୍ରଦାନ କରିବେ ! ଏବେ ଏବେ ଟିଭି ନିଉଜରେ ଘୋଷଣା କରାଗଲା ।ତୁ ସତ କହୁଚୁ ମୁଁ ଟିକେ ମୋ ନିଜ ଆଖିରେ ଦେଖେ କହି ସଙ୍ଗେସଙ୍ଗେ ଇଉଟୁବ୍ ରେ ନିୟୁଜ ସର୍ଚ୍ଚ କରି ଦେଖି ସୁରେଖାକୁ କୋଳେଇ ନେଇଥିଲା ଆଉ ସମ୍ଭବଙ୍କୁ ଦେଖେଇ ଥିଲା । ସୁରେଖା ସମ୍ଭବଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇ କହିଲା ବାପା ଏଇମିତି ଆଶୀର୍ବାଦର ହାତ ମୋ ମୁଣ୍ଡରେ ରାଖିଥାଅ ।ସମ୍ଭବ ମଧ୍ୟ ସୁରେଖାକୁ ଖୁସିରେ କୋଳେଇ ନେଇ କହିଥିଲେ, ତୁ ଆମ ମାନ ସମ୍ମାନ ଇଜ୍ଜତ ରଖିଦେଇଚୁ ରେ ମାଆ । ତୋତେ ଘରେ ରଖିଲା ପରେ ଲୋକମାନଙ୍କର ଟାହି ଟାପରାକୁ ଖାତିର ନକରି ତୋ ଖୁସି ,ତୋ ଭଲ ମନ୍ଦ କଥା ବୁଝିଲୁ ।ଆଜି ଲୋକ ମାନଙ୍କର ମୁହଁରେ ତୁ ମସ୍ତ ବଡ଼ ତାଲା ପକାଇ ଦେଇଚୁ ! ଆଜି ଆମେ ତୋତେ ପାଇ ଗର୍ବିତ ଅନୁଭବ କରୁଚୁ କହି ଭାବବିହ୍ଵଳ ହୋଇ କାନ୍ଦି ପକେଇଛନ୍ତି ! ଘରେ ଖୁସିର ଲହରୀ ଆସି ଯେମିତି ମଥା ପିଟୁଛି !

 

କ୍ରମଶଃ

Leave A Reply

Your email address will not be published.