ବ୍ରହ୍ମପୁର: ବ୍ରହ୍ମପୁର ସହରକୁ ରାଗିଂମୁକ୍ତ କରିବା ପାଇଁ ବ୍ରହ୍ମପୁର ପୁଲିସ୍ ପକ୍ଷରୁ ନିଆଯାଇଛି ବଡ ପଦକ୍ଷେପ। କିଛିଦିନ ହେବ ସହରର ୨ଟି ପ୍ରମୁଖ ମହାବିଦ୍ୟାଳୟରେ ରାଗିଂ ଘଟଣାକୁ ନେଇ ସାରା ରାଜ୍ୟରେ ବ୍ରହ୍ମପୁର ସହର ନିନ୍ଦିତ ହେବା କାରଣରୁ ରାଗିଂମୁକ୍ତ ସହର କରିବା ପାଇଁ ବ୍ରହ୍ମପୁର ପୁଲିସ୍ ଅଣ୍ଟା ଭିଡିଛି। ଏହି ମର୍ମରେ ଏସ୍ପି ଡା.ଶ୍ରବଣା ବିବେକ ଏମ୍ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପୁଲିସ୍ ମୁଖ୍ୟାଳୟରେ ସହରର ୨୯ଟି ସରକାରୀ ଓ ବେସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଆଣ୍ଟି ରାଗିଂ କମିଟିର ସଦସ୍ୟଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୬ଟି ବିଷୟବସ୍ତୁ ଉପରେ ଆଲୋଚନା ହୋଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏଣିକି ପ୍ରତି କଲେଜରେ ଆଣ୍ଟି ରାଗିଂ କମିଟି ଗଠନ ହେବ। ଜୁନିୟର ଛାତ୍ରଛାତ୍ରୀଙ୍କୁ ସଚେତନତା କରାଯିବା ସହ ସିନିୟର ଛାତ୍ରମାନେ ଯଦି ତାଙ୍କୁ ରାଗିଂ କରନ୍ତି ତେବେ ତୁରନ୍ତ କଲେଜର ଆଣ୍ଟି ରାଗିଂ ସେଲ୍ଫକୁ ଅବଗତ କରିବା ପାଇଁ କୁହାଯାଇଛି। ଏହାସହ କୌଣସି ଛାତ୍ରଛାତ୍ରୀ ଯଦି ଅଭିଯୋଗ କରନ୍ତି ତେବେ ତୁରନ୍ତ କଲେଜର ଆଣ୍ଟି ରାଗିଂ କମିଟିର ସଦସ୍ୟମାନେ ତଦନ୍ତକରି ତୁରନ୍ତ ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଛି। କୌଣସି ଛାତ୍ର ଯଦି ରାଗିଂର ଶିକାର ହୁଅନ୍ତି ତେବେ ରାଗିଂ କରିଥିବା ଛାତ୍ରଙ୍କ ବିରୋଧରେ ବିହିତ ତଦନ୍ତକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି। ଯଦି କୌଣସି ଅପରାଧିକ ଘଟଣା ଘଟେ ତେବେ ତୁରନ୍ତ ସ୍ଥାନୀୟ ପୁଲିସ୍କୁ ଖବର ଦେବାପାଇଁ ଉପସ୍ଥିତ ବିଭିନ୍ନ କଲେଜର ଅଧ୍ୟକ୍ଷ ଓ ଆଣ୍ଟି ରାଗିଂ କଲେଜର ସଦସ୍ୟଙ୍କୁ ଏସ୍ପି କହିଛନ୍ତି। ଏହାସହ ନିଜ ନିଜ ଥାନା ଇଲାକାରେ ଥିବା କଲେଜକୁ ଯାଇ ଉକ୍ତ କଲେଜକୁ ରାଗିଂମୁକ୍ତ କରିବା ପାଇଁ ପୁଲିସ୍ ବିଦ୍ୟାର୍ଥୀଙ୍କୁ ସଚେତନତା କରିବ ବୋଲି ଏସ୍ପି କହିଛନ୍ତି। ତେବେ ପୁଲିସ୍ର ଏଭଳି ପଦକ୍ଷେପକୁ ଉପସ୍ଥିତ ଥିବା ମହାବିଦ୍ୟାଳୟର ଅଧ୍ୟକ୍ଷମାନେ ସ୍ୱାଗତ କରିବା ସହ ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ତେବେ ଏସ୍ପି ଏହି ମର୍ମରେ କହିଛନ୍ତି ଯେ, ସହରରେ ସିନିୟର ଛାତ୍ରଙ୍କ ରାଗିଂରେ ଜୁନିୟର ଛାତ୍ରମାନେ ଅକଥନୀୟ ନିର୍ଯ୍ୟାତନା ପାଉଛନ୍ତି। ଏଭଳି ଘଟଣା ସହରରେ ଦୁଇ ଦୁଇଟି କଲେଜରେ ଘଟିବାପରେ ପୁଲିସ୍ ପକ୍ଷରୁ ଏଭଳି କାର୍ଯ୍ୟ ହାତକୁ ନିଆଯାଇଥିବା ସେ କହିଛନ୍ତି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସ୍ପି ଅସୀମ ପଣ୍ଡା, ଏସ୍ଡିପିଓ ରାଜୀବ ଲୋଚନ ପଣ୍ଡା, ଟାଉନ୍ ଥାନାଧିକାରୀ ସୁରେଶ କୁମାର ତ୍ରିପାଠୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
BREAKING NEWS
- ଦିନକୁ ଦିନ ହ୍ରାସ ପାଉଛି କି ମଣିଷଙ୍କ ମଧ୍ୟରେ କଥାବାର୍ତ୍ତା ହେବା? ରିପୋର୍ଟ ଦେଖି ହୋଇଯିବେ ତାଜୁବ
- One Case, One Data ସିଷ୍ଟମ କ’ଣ? ଯାହାକୁ ଆରମ୍ଭ କଲେ ସୁପ୍ରିମକୋର୍ଟ, ମିଳିବ କେଉଁ ସୁବିଧା..
- କଳା ସୁଟରେ ବିଜୟ, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ବାସଭବନରେ ଭେଟିଲେ
- ଇରାନ-ଆମେରିକା ମଧ୍ୟରେ ‘ଅସ୍ୱୀକାର ଯୁଦ୍ଧ’ ଆରମ୍ଭ, ଇରାନ ଏହି ସର୍ତ୍ତକୁ ପ୍ରତ୍ୟାଖ୍ୟାନ କଲେ ଟ୍ରମ୍ପ
- ସମସ୍ତ ହାଇକୋର୍ଟରେ ଦାଖଲ ହୋଇଥିବା ଜାମିନ ମାମଲାର ଶୀଘ୍ର ଫଇସଲା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
- ଦଳ ବିରୋଧୀ କାର୍ଯ୍ୟକଳାପ; କଟକ କର୍ପୋରେଟର ଅରବିନ୍ଦ ଜେନା ନିଲମ୍ବିତ
- Protest Against Police: ଅପହରଣ ପରେ ହତ୍ୟା ଘଟଣା: ଶବ ଶୋଭାଯାତ୍ରା କରି ହତ୍ୟାର ପ୍ରତିବାଦ…ଜାଳିଦେଲେ ବାଇକ୍
- ଜନଗଣନା କାର୍ଯ୍ୟରେ ଦେଶରେ ସବୁଠୁ ଆଗୁଆ ଓଡ଼ିଶା
- ସୌମ୍ୟ ହତ୍ୟା ମାମଲାରେ ମିଳିନି ଭିଡ଼ ହିଂସାର ପ୍ରମାଣ: କ୍ରାଇମବ୍ରାଞ୍ଚ ଡିଜି
- ଭାରତ ଓ ବାଂଲାଦେଶ ସୀମାରେ ଲାଗିବ ବାଡ଼, ବିଏସଏଫକୁ ଜମି ପ୍ରଦାନ
Comments are closed.