ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗତବ’
ନ ଥିଲେ ଲୋକଂକ ସଂପୃକ୍ତି
ଭାଷା କରେନି ଅଗ୍ରଗତି
ସାଇତି ପ୍ରାଚୀନ ସୁକୀର୍ତି
ଲୋକେ ଫୁଲାଂତି ମିଛେ ଛାତି
ଲେଖକ ହେଲେ ବି ବିଖ୍ଯାତ
ଭାଷାଟେ ହୁଏ ଉପେକ୍ଷିତ
ଭାଷାର ଅପୂର୍ବ ସାହିତ୍ୟ
କରିପାରେନି ଲୋକହିତ
ଲୋକମୁଖୀ ନ ହେଲେ ଭାଷା
ବଢ଼େନି ଲୋକଂକ ଭରସା
କେହି କରଂତିନାହିଁ ଆଶା
ଭାଷାରୁ ହେବ ପେଟପୋଷା
ସାହିତ୍ୟ ହେବାରୁ ସୀମିତ
ସ୍ବଭାଷା ହେଉନି ଆଦୃତ
ହେଲେ ହେଁ ଏହା ଦୃଢ଼ ସତ
ରହିଛି ଭିନ୍ନ ଭିନ୍ନ ମତ
ମତ ସହିତ ମତ ଯୁଦ୍ଧ
କରିଲେ ଭାଷା ପଥରୁଦ୍ଧ
ହେବା ଯେହେତୁ ସ୍ବତଃସିଦ୍ଧ
ସ୍ବଭାଷା ହେଉନି ସମୃଦ୍ଧ
ଏହାର ସ୍ଥିତି ପୂର୍ବାପେକ୍ଷା
ହେଲାଣି ଦୁର୍ବଳ ଅବିକା
କାହାକୁ ଯାଉନାହିଁ ଦେଖା
କିପରି ମିଳିବ ସୁରକ୍ଷା ?
ଏଠି ଲୋକେ ସାହିତ୍ୟାସକ୍ତ
ନୁହଂତି ଭାଷା ଅନୁରକ୍ତ
ସାହିତ୍ୟ ହେଲେ ହେଁ ଗୃହୀତ
ଭାଷା ହୋଇଛି ଅନାଦୃତ
ଏହି ଅଦ୍ଭୁତ ବିଡ଼ଂବନା
କରୁଛି ଅନେକଂକୁ ବଣା
ଭାଷା ଓ ସାହିତ୍ୟ ପାର୍ଥକ୍ଯ
ବୁଝଂତିନାହିଁ ବହୁ ଲୋକ
ଏଠି ସାହିତ୍ୟାସକ୍ତ ଚିତ୍ତ
ଭାଷାକୁ କରେ ବ୍ୟବହୃତ
କେବଳ ଘର କାମ ପାଇଁ
ଅନ୍ୟତ୍ର କେବେ ନ ଚଳାଇ
Comments are closed.