Latest Odisha News

ବିଦ୍ୟୁତ୍ କାଟକୁ ବିରୋଧ, ଧାରଣାରେ ଶତାଧିକ ବସ୍ତି ବାସିନ୍ଦା

ପାରାଦୀପ: ବିଦ୍ୟୁତ୍ କାଟିବାକୁ ବସ୍ତି ବାସିନ୍ଦାଙ୍କ ବିରୋଧ । ପାରାଗୀପ ନୂଆବଜାର ବସ୍ତିରୁ ବନ୍ଦର ବିଦ୍ୟୁତ୍ ବିଭାଗ ବିଦ୍ୟୁତ୍ କାଟିବା ବେଳେ ବିରୋଧର ସମ୍ମୁଖୀନ ହୋଇଛି । ପ୍ରତିବାଦରେ ଶତାଧିକ ବସ୍ତି ବାସିନ୍ଦା ଧାରଣାରେ ବସିଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି । ଘଟଣା ସ୍ଥଳରେ ଆଦର୍ଶ ଥାନା ପୋଲିସ ପହଞ୍ଚି ବୁଝାସୁଝା ପାଇଁ ଉଦ୍ୟମ କରୁଛି ।

ବସ୍ତିକୁ ସ୍ଥାୟୀ ବିଦ୍ୟୁତ ସଂଯୋଗ ପାଇଁ ଅଡ଼ି ବସିଛନ୍ତି ଲୋକେ । ବନ୍ଦର ବିଦ୍ୟୁତ ବିଭାଗ ଅଧିକାରୀଙ୍କ ସହିତ ସେ ନେଇ ଆଲୋଚନା ଚାଲିଛି । ଦୀର୍ଘ ୪୦ ବର୍ଷ ହେବ ନୂଆବଜାର ବସ୍ତିରେ ଲୋକେ ରହି ଆସୁଛନ୍ତି । କିନ୍ତୁ ସେମାନଙ୍କୁ ବିଦ୍ୟୁତ୍ ସଂଯୋଗ ଦିଆ ଯାଉ ନାହିଁ । ଫଳରେ ବସ୍ତି ବାସିନ୍ଦା ବିଦ୍ୟୁତ୍ ଚୋରି କରୁଛନ୍ତି । ଆଉ ଚୋରା ବିଦ୍ୟୁତ୍ କାଟିବା ସହ ତାର ନେଇ ଯାଉଛନ୍ତି ବିଦ୍ୟୁତ୍ କର୍ମଚାରୀ ।

ଆଜି ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ୍ ବିଭାଗ, ସିଆଇଏସଏଫ୍ ଯବାନଙ୍କୁ ବିଦ୍ୟୁତ୍ ତାର କାଟିବା ବେଳେ ବସ୍ତି ବାସିନ୍ଦା ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି । ଦଶମ ଶ୍ରେଣୀ ସମ୍ମେଟିଭ୍ ୱାନ୍ ପରୀକ୍ଷା ବେଳେ ବିଦ୍ୟୁତ୍ କାଟକୁ ବିରୋଧ କରିବା ସହ ସ୍ଥାୟୀ ବିଦ୍ୟୁତ୍ ସଂଯୋଗ ଦେବାକୁ ଦାବି କରି ରାସ୍ତା ଉପରେ ଧାରଣାରେ ବସିଛନ୍ତି ।

Leave A Reply

Your email address will not be published.