Latest Odisha News

BREAKING NEWS

କେନ୍ଦ୍ରାପଡ଼ା ବାଣ ଫୁଟି ଅଘଟଣ ପାଇଁ ପୁଲିସ ଦାୟୀ: ବିଜୟ ମହାପାତ୍ର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ବାଲିଆ ବଜାର କାର୍ତ୍ତିକେଶ୍ୱର ଭସାଣିରେ ବାଣ ଫୁଟି ଅଘଟଣ ଘଟିବା ଘଟଣା। କଟକ ଏସସିବି ମେଡିକାଲରେ ଆହତଙ୍କୁ ଭେଟିଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ଆହତଙ୍କୁ ଭେଟି ସେମାନଙ୍କ ଭଲମନ୍ଦ ପଚାରି ବୁଝିଛନ୍ତି।

ତେବେ ଏହି ଅଘଟଣ ପାଇଁ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ଆଜି ପୋଲିସକୁ ଦାୟୀ ବୋଲି କରିଛନ୍ତି। ପୋଲିସର ଦାୟିତ୍ୱହୀନତା ଯୋଗୁଁ ଏଭଳି ଅଘଟଣ ଘଟିଛି। ଏହି ଘଟଣାରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଉ ବୋଲି ବିଜୟ ମହାପାତ୍ର କହିଛନ୍ତି।

ବୁଧବାର ବାଣ ବିସ୍ଫୋରଣ ଘଟିବାରୁ 30ରୁ ଅଧିକ ଲୋକ ଆହତ ହୋଇଛନ୍ତି। କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ବାଲିଆ ବଜାରରେ ଏହି ଘଟଣା ଘଟିଥିଲା।

ଗୁରୁବାର କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ଡ଼ିଏସପି ପ୍ରମୁଖ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ଆହତଙ୍କୁ ଭେଟି ରେଡକ୍ରସ ପାଣ୍ଠିରୁ ସହାୟତା ରାଶି ଯୋଗାଇ ଦେଇଛନ୍ତି।

Leave A Reply

Your email address will not be published.