ବ୍ରହ୍ମପୁର: ଗଞ୍ଜାମ ଜିଲାର ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଗାଈ ବାଛୁରୀଙ୍କ ଶରୀରରେ ଲମ୍ପି ରୋଗ ଦେଖିବାକୁ ମିଳିଛି। ଶତାଧିକ ଆକ୍ରାନ୍ତ ହୋଇଥିବା ବେଳେ ବହୁ ଗାଈର ମୃତ୍ୟୁ ହେଲାଣି। ରୋଗ ଭଲ ହେଉନଥିବା ଯୋଗୁ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ଦେଖିବାକୁ ମିଳୁଛି। ଅନେକ ଏଥିପାଇଁ ପୂଜାର୍ଚ୍ଚନା ଆରମ୍ଭ କରିଦେଇଛନ୍ତି। ଅନ୍ୟପଟେ ପଶୁ ସମ୍ପଦ ବିଭାଗ ତରଫରୁ ମଧ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ସାନଖେମୁଣ୍ଡି ବ୍ଲକର ଖଲିଙ୍ଗୀ, ଏରେଣ୍ଡ୍ରା, ଆଡ଼ପଡା, ସାହସପୁର, ଜଗନ୍ନାଥପୁର, ରାମଚନ୍ଦ୍ରପୁର, ଡେଙ୍ଗାଉସ୍ତ ଏବଂ ପୋଡାମାରି ଭଳି ଅନେକ ଅଞ୍ଚଳରେ ଗାଈ ଓ ବାଛୁରୀଙ୍କ ଦେହରେ ଦେଖା ଦେଇଛି ଏହି ଲମ୍ପି ନାମକ ଭୁତାଣୁ ଜନିତ ରୋଗ। ଗାଈର ଦେହ ସାରା ଲାଲ୍ ଚିହ୍ନ ଦେଖିବାକୁ ମିଳୁଛି। ରକ୍ତ ବାହାରିବା ଭଳି ଦେଖା ଦେଇଛି। ଯାହାକୁ ନେଇ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ପ୍ରାଣୀଧନ ଅଧିକାରୀଙ୍କ ପରାମର୍ଶ ନେଇ ଚିକିତ୍ସା ଚାଲିଥିବା ବେଳେ ଥମି ବାର ନାଁ ନେଉନି ଏହି ରୋଗ। ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଛି। ଗାଈ ବାଛୁରୀକୁ ମଧ୍ୟ ମଣିଷ ଭଳି ବସନ୍ତ ରୋଗ ହୋଇଥିବା ସେମାନେ ଆଶଙ୍କା କରୁଛନ୍ତି। ସେଥିପାଇଁ ସମ୍ପୂର୍ଣ୍ଣ ଭାବେ ଆମିଷ ବର୍ଜନ କରିବା ସହ ତେଲ କଡେଇ ବ୍ୟବହାର ନ କରିବା, ରୋଷେଇ କରିବା ବେଳେ ଖାଦ୍ୟରେ ଛୁଙ୍କ ନ ଦେବା ସହ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳୁଛି। ଗାଁ ଦାଣ୍ଡରେ ପୂର୍ଣ କୁମ୍ଭ ବାଢି ପୂଜାର୍ଚ୍ଚନା କରି ଗାଁରେ ସମସ୍ତେ ଏକତ୍ରିତ ହୋଇ ବିଭିନ୍ନ ବାଜା ବଜାଇ ଗାଁ ପରିକ୍ରମା କରୁଛନ୍ତି। ଗାଁ ଠାକୁରାଣୀ ମନ୍ଦିରକୁ ପିଠା ପଣା ଓ ମୁଆଁ ପୂଜାପାଠ ସହ ସମସ୍ତ ଘରୁ ପିଠା ପଣାକୁ ମୁଣ୍ଡରେ ଧରି ଯାଉଛନ୍ତି। ପ୍ରାଣୀ ଚିକିତ୍ସାଳୟ ତରଫରୁ ଚିକିତ୍ସା କରାଯାଉଥିଲେ ମଧ୍ୟ ତାହାର ସୁଫଳ ମିଳୁନାହିଁ।
ଅନ୍ୟପଟେ ଏନେଇ ସାନଖେମୁଣ୍ଡି ବ୍ଲକ ପ୍ରାଣୀ ଚିକିତ୍ସାଳୟର ଅଧିକାରୀ ଡା. ପ୍ରବୀଣ କୁମାର ସାହୁ କହିଛନ୍ତି ଯେ, କେତେକ ଜାଗାରେ ସଂକ୍ରମଣ କମ୍ ଗତିରେ ବ୍ୟାପୁଥିବା ବେଳେ ଅନ୍ୟ କେତେକ ଅଞ୍ଚଳରେ ବ୍ୟାପକ ଭାବେ ବ୍ୟାପିବାରେ ଲାଗିଛି। ସଂକ୍ରମତି ଗାଈକୁ ମଶା ମାଛି କିମ୍ବା ଟିଙ୍କ କାମୁଡ଼ିବା ପରେ ଯଦି ତାହା ସୁସ୍ଥ ଗାଈକୁ କାମୁଡ଼ୁଛି, ଫଳରେ ସଂକ୍ରମଣ ବ୍ୟାପୁଛି। ଏଣୁ ସନ୍ଧ୍ୟା ସମୟରେ ଗାଈକୁ ମଶା ମାଛିରୁ ସୁରକ୍ଷା ଦେବା ଜରୁରୀ। ଟିକା ନେଇ ସରକାରଙ୍କୁ ଅବଗତ କରାଯାଇଛି। ପହଞ୍ଚିବା କ୍ଷଣି ଟିକାକରଣ ଆରମ୍ଭ ହୋଇଯିବ। ତେବେ ପଶୁ ଠାରୁ ଏହା ମଣିଷକୁ ବ୍ୟାପିନଥାଏ। ସଂକ୍ରମତି ଗାଈରୁ ଖିର ମଧ୍ୟ ସୁରକ୍ଷିତ। ଯେତିକି ଗ୍ରାମରୁ ଖବର ମିଳିଛି, ସବୁ ଗାଁକୁ କର୍ମଚାରୀମାନେ ଯାଇଛନ୍ତି। ଚିକିତ୍ସା ଚାଲିଥିବା ସେ ପ୍ରକାଶ କରିଛନ୍ତି।
BREAKING NEWS
- ଗୋଆ ନାଇଟ୍ କ୍ଲବ ଅଘଟଣ; ପୁରୀରେ ଅଗ୍ନି ନିରାପତ୍ତା ଯାଞ୍ଚ ଜୋରଦାର…
- ଆନ୍ତର୍ଜାତୀୟ ଟି୨୦ରେ ୧୦୦ ୱିକେଟ ନେଲେ ହାର୍ଦ୍ଦିକ
- Terror attack at Sydney:ଇହୁଦୀ ପର୍ବ ପାଳନ ବେଳେ ଆତଙ୍କବାଦୀ ଆକ୍ରମଣ; ଭାରତ ଦୃଢ଼ ନିନ୍ଦା କରିବା ସହ…
- Messi’s ‘Messy’ Event: କୋଲକାତା ଷ୍ଟାଡିୟମରେ ଭଙ୍ଗାରୁଜା ଘଟଣାରେ ମୁଖ୍ୟ ଆୟୋଜକ ବନ୍ଧା…
- ୧୯ ବର୍ଷରୁ କମ ଏସିଆ କପ: ପାକିସ୍ତାନକୁ ହରାଇଲା ଭାରତ
- କାର ଓ ୨୦ ଲକ୍ଷ ଦାବି କଲେ ବର; ମଣ୍ଡପରୁ ଉଠିଗଲେ କନ୍ୟା…
- ଖୁସି ଖବର ଦେଲେ ସବ୍ୟସାଚୀ ଓ ଅର୍ଚ୍ଚିତା…
- Nitin Nabin appointed: ନୂତନ ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତିଙ୍କ ନାଁ ଘୋଷଣା କଲା ବିଜେପି
- ନୂଆ ଶ୍ରମ କୋଡକୁ ନେଇ JSW ଷ୍ଟିଲର ସଚେତନତା କାର୍ଯ୍ୟକ୍ରମ…
- Minister S. Jaishankar: ବ୍ରିଟେନ ସମେତ ୟୁରୋପୀୟ ଦେଶର ନେତାଙ୍କ ସହ ସାକ୍ଷାତ କଲେ ଜୟଶଙ୍କର; ଏହି ପ୍ରସଙ୍ଗରେ…
Comments are closed.