ପାଟନା: ପିଲାକଳିରୁ ମହାଭାରତ । ଛୋଟ ପିଲାଙ୍କ କଳିକୁ ନେଇ ଦମ୍ପତିଙ୍କ ଉପରେ ପେଟ୍ରୋଲ ଢାଳି ଦେଲେ ।ପାଖରେ ଥିବା ମହମବତୀରୁ ନିଆଁ ଲାଗିଯିବାରୁ ଜଳିଗଲେ ଦଳିତ ଦମ୍ପତି । ଏମିତି ଘଟଣା ଘଟିଛି ବିହାରର ବେଗୁସରାଇ ଅଞ୍ଚଳରେ । ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଉଭୟଙ୍କୁ ନିକଟସ୍ଥ ଡାକ୍ତରଖାନା ନେଇ ଯାଇଥିଲେ । ସେଠାରେ ଚିତ୍କିସାଧୀନ ଅବସ୍ଥାରେ ପତ୍ନୀର ମୃତ୍ୟୁ ହୋଇଯାଇଥିବା ବେଳେ ପତିର ଅବସ୍ଥା ଅତି ଗୁରୁତର ଥିବା ଜଣାପଡିଛି
ଘଟଣାଟି ଚକିଆ ଥାନା ଅନ୍ତର୍ଗତ ବରିୟାହି ଗାଁରେ ରୁହନ୍ତି ୪୫ ବର୍ଷୀୟ ସଞ୍ଜୟ ଯାଦବ ଏବଂ ତାଙ୍କ ପତ୍ନୀ ତଥା ୪୦ ବର୍ଷିୟ ଝାଲୋ ଦେବୀ । ଦଳିତ ସଂପ୍ରଦାୟ ସଞ୍ଜୟଙ୍କର ଗାଁରେ ଏକ ତେଜରାତି ଦୋକାନ ଅଛି । ରବିବାର ଦିନ ଦୋକାନରେ ଉଭୟ ପତି ପତ୍ନୀ ବସି ଥିବାବେଳେ ପାଖ ପଡୋଶୀ ରାଜେଶ ଯାଦବଙ୍କର ପୁଅ ଆସି ତାଙ୍କୁ ଖରାପ ଭାଷାରେ କହି ପରିହାସ କରିଥିଲା ।
ସେଠାରେ ଥିବା ସଞ୍ଜୟଙ୍କ ପୁଅ ଏହାର ବିରୋଧ କରିଥିଲା । ଏହା ଦେଖି ରାଜେଶଙ୍କ ପୁଅ ନିଜ ବାପା ଏବଂ ସଂପର୍କୀୟଙ୍କୁ ଡାକି କି ଆଣିଥିଲେ । ପରେ ରାଜେଶ ଗାଡିରୁ ପେଟ୍ରୋଲ କାଢି ଦୋକାନରେ ବସିଥିବା ଦମ୍ପତି ଉପରକୁ ଫୋପାଡି ଥିଲେ । ସେହି ସମୟରେ ପାଖରେ ଥିବା ମହମବତୀରୁ ସଙ୍ଗେ ସଙ୍ଗେ ନିଆଁ ଧରିଥିଲା ଓ ଉଭୟେ ଜଳି ଯାଇଥିଲେ ।