Latest Odisha News

BREAKING NEWS

ଆସାମରେ ବନ୍ୟା ବିତ୍ପାତ: ଜଳମଗ୍ନ କାଞ୍ଜିରଙ୍ଗା ଅଭୟାରଣ୍ୟ

ନୂଆଦିଲ୍ଲୀ: ଆସମାରେ ଗତକିଛି ଦିନ ହେବ ଜାରି ରହିଥିବା ପ୍ରବଳ ବର୍ଷା ଯୋଗୁଁ ବ୍ରହ୍ମପୁତ୍ର ନଦୀ ଜଳ ପ୍ରାୟ ୩୦ଟି ଜିଲ୍ଲାରେ ପ୍ରବେଶ କରିବା ଫଳେ ଭୀଷଣ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

ଏହି ବନ୍ୟା ଯୋଗୁଁ ଆସାମରେ ପାଖାପାଖି ୨୬ ଲକ୍ଷରୁ ଅଧିକ ଜନଜୀବନ ପ୍ରଭାବିତ ହୋଇଛି । ଏପରିକି ଲୋକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଉଛି । ରାଜ୍ୟର ୨୮ଟି ଜିଲ୍ଲାର ପ୍ରାୟ ୩୧୮୧ ଗ୍ରାମ ପ୍ରଭାବିତ ହୋଇଥିବାବେଳେ ଏନେଇ ମୁଖ୍ୟମନ୍ତ୍ରୀ ସୋନୱାଲ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିବା ନେଇ ଜଣାପଡିଛି ।

ଏଭଳି ସ୍ଥିତିରୁ ବାଦ୍ ପଡିନି କାଞ୍ଜିରଙ୍ଗା ଜାତୀୟ ଅଭୟାରଣ୍ୟ । ନିକଟରେ କିଛି ହରିଣ ପଲ ବନ୍ୟାର ପ୍ରଖର ସ୍ରୋତରେ ଭାସିଯାଉଥିବାର ଏକ ହୃଦୟ ବିଦାରକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ନଜରକୁ ଆସିଛି ।

ଏପରିକି କାଞ୍ଜିରଙ୍ଗା ଜାତୀୟ ଅଭୟାରଣ୍ୟର ପାଖାପାଖି ୯୫ ପ୍ରତିଶତ ଅଂଶ ଜଳମଗ୍ନ ଥିବା ନେଇ ସୁତ୍ରରୁ ପ୍ରକାଶ । ବନ୍ୟା ପରିସ୍ଥିତିର ମୁକାବିଲା ତଥା ତଦାରଖ ଲାଗି ପ୍ରଧାନମନ୍ତ୍ରୀ ମୋଦୀ ଆସାମ ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୱାଲଙ୍କୁ କହିଥିବା ନେଇ ଜଣାପଡିଛି ।

ଅଭୟାରଣ୍ୟରେ ଥିବା ଅନେକ ଜୀବଜନ୍ତୁ ଜୀବନ ବଞ୍ଚାଇବା ଲାଗି ସୁରକ୍ଷିତ ସ୍ଥାନକୁ ଚାଲିଯାଉଥିବାବେଳେ ଆଉ କେତେକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି ।

Leave A Reply

Your email address will not be published.