Latest Odisha News

‘ଲାଇଗର’ ପାଇଁ ଫଣ୍ଡିଂକୁ ନେଇ ଅଭିନେତା ବିଜୟ ଦେବରକୋଣ୍ଡାଙ୍କୁ ଇଡିର ଜେରା

ହାଇଦ୍ରାବାଦ: ଫିଲ୍ମ ‘ଲାଇଗର’ ପାଇଁ ବିଦେଶରୁ ଆସିଛି କି ଟଙ୍କା ? ବିଦେଶରୁ ଆସିଥିବା ଅର୍ଥର ଉତ୍ସକୁ ନେଇ ଖୋଳତାଡ଼ ଆରମ୍ଭ କରିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଭିନେତା ବିଜୟ ଦେବରକୋଣ୍ଡାଙ୍କୁ ପଚରାଉଚରା କରିଛି ।

ସୂଚନା ଅନୁସାରେ, ବିଦେଶ ଫଣ୍ଡିରେ ଆଇନ୍ ଉଲ୍ଲଂଘନ ଅଭିଯୋଗରେ ଇଡି ବିଜୟଙ୍କୁ ଜେରା କରିଛି । ନିକଟରେ ବିଜୟଙ୍କ ଅଭିନୀତି ‘ଲାଇଗର’ ରିଲିଜ୍ ହୋଇଥିଲେ ମଧ୍ୟ ବକ୍ସ ଅଫିସରେ ଦର୍ଶକଙ୍କୁ ଆକୃଷ୍ଟ କରିବାରେ ବିଫଳ ହୋଇଥିଲା ।

Leave A Reply

Your email address will not be published.