Latest Odisha News

BREAKING NEWS

ସିଂଘମ ଏଗେନରେ ପୁନର୍ବାର ଏକତ୍ର ହେବେ ରୋହିତ-ଅଜୟ

ମୁମ୍ବାଇ: ରୋହିତ ଶେଟ୍ଟୀ ଓ ଅଜୟ ଦେବଗାନ ପୁନର୍ବାର ସିଂଘମ ଏଗେନରେ ଏକତ୍ର ହେବାକୁ ଯାଉଛନ୍ତି । ସିଂଘମ ଫ୍ରାଂଚାଇଜର ପ୍ରଥମ ୨ଟି ସଂସ୍କରଣ ସୁପରହିଟ ହେବା ପରେ ଦର୍ଶକଙ୍କ ଏହି ଫିଲ୍ମ ପ୍ରତି ବେଶ ଉତ୍କଣ୍ଠା ରହିଛି । ଭୋଲା ଫିଲ୍ମ ପରେ ଏହାର ଶୁଟିଂ ଆରମ୍ଭ ହେବ । ଅଜୟ ଭୋଲା ନେଇ ଏବଂ ରୋହିତ ସର୍କସ ଶୁଟିଂରେ ବ୍ୟସ୍ତ ଥିବାରୁ ସିଂଘମ ଏଗେନର ଘୋଷଣା ବିଳମ୍ବ ହୋଇଥିଲା । ପୂର୍ବରୁ କିନ୍ତୁ ରୋହିତ ସିଂଘମର ତୃତୀୟ ସଂସ୍କରଣ ନେଇ ସୂଚନା ଦେଇ ସାରିଥିଲେ । ଡିସେମ୍ବର ୨୩ରେ ସର୍କସ ରିଲିଜ ହେବା ପରେ ରୋହିତ ସମ୍ପୂର୍ଣ୍ଣ ଭାବେ ଏହି ଫିଲ୍ମ ଉପରେ ମନୋନିବେଶ କରିବେ ।

ଖୁବ ଶୀଘ୍ର ଏହାର ଅନ୍ୟ କଳାକାରଙ୍କ ସମ୍ପର୍କରେ ଘୋଷଣା କରାଯିବ । ରିପୋର୍ଟ ମୁତାବକ ଜ୍ୟାକି ଶ୍ରଫ ଏଥିରେ ଜଣେ ଆତଙ୍କବାଦୀଙ୍କ ଭୂମିକା କରୁଛନ୍ତି । ଯାହାକୁ ଧରିବା ପାଇଁ ବାଜିରାଓ ସିଂଘମଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ସିଂଘମ ଏଗେନରେ ବହୁତ କିଛି ସରପ୍ରାଇଜ ଅଛି ବୋଲି ରୋହିତଙ୍କ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.