ବ୍ରହ୍ମପୁର: ଓଡିଶା ପର୍ଯ୍ୟଟନ ବିଭାଗର ପ୍ରୟାସ କ୍ରମେ ସୋନାପୁର ଠାରେ ଆରମ୍ଭ ହୋଇଛି ‘ଇକୋ ରିଟ୍ରେଟ୍’। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ମାଧ୍ୟମରେ ଗୁରୁବାର ପୂର୍ବାହ୍ନ ଏହାକୁ ଉଦ୍ଘାଟନ କରିଥିଲେ। ଆସନ୍ତା ୯୦ ଦିନ ଅର୍ଥାତ୍ ଫେବୃୟାରୀ ୨୦୨୩ ପର୍ଯ୍ୟନ୍ତ ଏହା ଚାଲୁ ରହିବ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲାଭଳି ଏହିଠାରେ ଆରାମ ଦାୟକ ଟେଣ୍ଟ, ଶୀତତାପ ନିୟନ୍ତ୍ରୀତ ରେଷ୍ଟୁରାଣ୍ଟ ଏବଂ ବାର୍ ବ୍ୟବସ୍ଥା ରହିଛି। ଏତଦ୍ ବ୍ୟତୀତ ସମ୍ମିଳନୀ କକ୍ଷ, ପିଲାଙ୍କ ସକାଶେ ଖେଳିବା ସ୍ଥାନ, ଗୁଲଫ୍ କାର୍ଟ, ଜଳ ଏବଂ ସ୍ଥଳ ଭାଗରେ ବିଭିନ୍ନ କୌତୁହଳପୂର୍ଣ୍ଣ ଖେଳିବା ସ୍ଥାନ ଏବଂ ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାର ବ୍ୟବସ୍ଥାମାନ ଏହି ଠାରେ ଉପଲବ୍ଧ ରହିଛି।
ଗଞ୍ଜାମ ଜିଲାପାଳ ଦିବ୍ୟ ଜ୍ୟୋତି ପରିଡା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଜିଲାର ପର୍ଯ୍ୟଟନ ସ୍ଥଳଗୁଡିକର ବିକାଶ କରାଯାଇ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କଲାଭଳି କାର୍ଯ୍ୟକ୍ରମ କରାଗଲେ ସ୍ଥାନୀୟ ଲୋକଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି ହେବା ସହିତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଆତ୍ମ ନିର୍ଭରଶୀଳ ହେବା ଦିଗରେ ଅନେକ ପଥ ପରିଷ୍କାର ହେବ ବୋଲି ସେ କହିଥିଲେ। ଅନ୍ୟତମ ଅତିଥି ଭାବେ ବ୍ରହ୍ମପୁରର ଆରକ୍ଷୀ ଅଧୀକ୍ଷକ ଡା. ସର୍ବଣା ବିବେକ ଏମ୍, ଜିଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ୱି. କୀର୍ତ୍ତି ଭାସନ୍ ଏବଂ ବ୍ରହ୍ମପୁର ଉପ ଜିଲାପାଳ ଆଶୁତୋଷ କୁଲକର୍ଣ୍ଣି ଯୋଗଦେଇ ପର୍ଯ୍ୟଟନ ବିକାଶ କ୍ଷେତ୍ରରେ ଜିଲାପ୍ରଶାସନ ଦ୍ବାରା ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ। ପର୍ଯ୍ୟଟନ ବିଭାଗର ସହକାରୀ ନିର୍ଦ୍ଦେଶକ ଡଃ ରତିକାନ୍ତ ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ପରିଚାଳନା କରିଥିଲେ।
BREAKING NEWS
- ପୋଲାଣ୍ଡ ବୈଦେଶିକ ମନ୍ତ୍ରୀଙ୍କୁ ସ୍ପଷ୍ଟ ବାର୍ତ୍ତା, ଆମ ପଡ଼ୋଶୀରେ ଆତଙ୍କବାଦକୁ ଉତ୍ସାହିତ କରନ୍ତୁ ନାହିଁ: ଏସ୍. ଜୟଶଙ୍କର
- Ticket Cancellation Charges: ବଦଳିଲା ବନ୍ଦେ ଭାରତ ସ୍ଲିପର୍ ଏବଂ ଅମୃତ ଭାରତ ଟିକେଟ୍ ବାତିଲ ନୀତି, ଏବେ ଟିକେଟ କ୍ୟାନସେଲ୍ କଲେ ମିଳିବ ଏତିକି ରିଫଣ୍ଡ…
- Republic Day 2026: ୧୦,୦୦୦ ସ୍ୱତନ୍ତ୍ର ଅତିଥି… ଜାଣନ୍ତୁ ୭୭ତମ ଗଣତନ୍ତ୍ର ଦିବସ ପରେଡରେ କିଏ କିଏ ଦେବେ ଯୋଗ ଏବଂ କାହିଁକି ଏହା ସ୍ବତନ୍ତ୍ର…
- କାବୁଲରେ ଭୟଙ୍କର ବିସ୍ଫୋରଣ; ୭ ମୃତ, ଟାର୍ଗେଟରେ ଥିଲେ ଚୀନ୍ ନାଗରିକ!
- UAE President’s India Visit: ବିଜୁଳି ପରି ଆସିଲେ…ଭାରତ ସଙ୍ଗେ କରିଗଲେ ବଡ଼ ବଡ଼ ଡ଼ିଲ୍…
- Odisha Govt: ସବୁ ସରକାରୀ କାର୍ଯ୍ୟ ହେବ ଓଡ଼ିଆରେ: ନିର୍ମାଣ ବିଭାଗ ସମୀକ୍ଷା ବୈଠକରେ ବଡ଼ ନିଷ୍ପତ୍ତି
- ଗ୍ରିନଲାଣ୍ଡକୁ ନେଇ ପୁଣି ଚେତାବନୀ ଦେଲେ ଟ୍ରମ୍ପ, କିପରି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଆମେରିକା?
- ରାଜସ୍ୱ ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ, ତହସିଲଦାରଙ୍କ ପାଇଁ ଆସିବ ର଼୍ୟାଙ୍କିଙ୍ଗ ବ୍ୟବସ୍ଥା
- ଚିଲିକାରେ ଡଲଫିନ ଗଣନା ଆରମ୍ଭ, ଡଙ୍ଗା ଏବଂ ଭସାପୋଲ ଚଳାଚଳ ବନ୍ଦ
- Bjp National President: ଆଜିଠୁ ବିଜେପିରେ ‘ନବୀନ’ ଯୁଗ ଆରମ୍ଭ
Comments are closed.