ଭୁବନେଶ୍ୱର: ନାଗ-ଚାନ୍ଦଙ୍କୁ ରିମାଣ୍ଡରେ ନେବାକୁ ମିଳିଲା ଅନୁମତି । ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ରିମାଣ୍ଡରେ ନେବା ପାଇଁ ଜିଲ୍ଲା ଜଜ କୋର୍ଟ ଦେଲେ ଇଡିକୁ ଅନୁମତି । ଏବେ ଅର୍ଚ୍ଚନାଙ୍କୁ ଆଉ ୬ ଦିନ ଏବଂ ଜଗବନ୍ଧୁଙ୍କୁ ୯ ଦିନ ରିମାଣ୍ଡରେ ନେବା ପାଇଁ ମିଳିଛି ଅନୁମତି ।
ଅର୍ଚ୍ଚନା-ଜଗବନ୍ଧୁ ଦମ୍ପତିଙ୍କ କଳା ସାମ୍ରାଜ୍ୟର ଗୁମର ଖୋଲିବା ପାଇଁ ଇଡିଉ ଉଭୟଙ୍କୁ ରିମାଣ୍ଡରେ ନେବା ପାଇଁ ମାଗିଥିଲା ଅନୁମତି । ସ୍ୱାମୀ-ସ୍ତ୍ରୀ ଉଭୟଙ୍କୁ ମୁହାଁମୁହିଁ ଜେରା କରି ସତ ଉଗାଳିବାକୁ ଇଡି ଚାହୁଁଥିବା ନେଇ କଳ୍ପନା ଜଳ୍ପନା କରାଯାଉଥିଲା । ଆଜି ଉଭୟଙ୍କୁ କୋର୍ଟରେ ହାଜର କରାଯାଇଥିଲା । ୧୫ ଦିନ ଲାଗି ଜଗବନ୍ଧୁ ଚାନ୍ଦଙ୍କୁ ରିମାଣ୍ଡରେ ନେବା ଲାଗି ଇଡି ପକ୍ଷରୁ ଆବେଦନ କରାଯାଇଥିଲା ।
ସେପଟେ ୭ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଅର୍ଚ୍ଚନାଙ୍କୁ ମଧ୍ୟ କୋର୍ଟରେ ହାଜର କରାଯାଇଥିଲା । ଅର୍ଚ୍ଚନା ନାଗଙ୍କୁ ପୁଣି ଥରେ ରିମାଣ୍ଡରେ ନେବାକୁ ଇଡି କୋର୍ଟରେ ଆବେଦନ କରିଥିଲେ । ହେଲେ କୋର୍ଟ ଅର୍ଚ୍ଚନାକୁ ଆଉ ୬ ଦିନ ଏବଂ ଜଗବନ୍ଧୁଙ୍କୁ ୯ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ।
ସୂଚନାଥାଉ କି, ଅର୍ଚ୍ଚନାଙ୍କର ଆଜି ୭ ଦିନିଆ ରିମାଣ୍ଡ ସରିବା ପରେ ତାଙ୍କୁ ଗିରଫ କରିଥିବା ଦର୍ଶାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।
Comments are closed.